ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ବିଷୟ ପ୍ରତି ଆକର୍ଷିତ ହେବ। ପ୍ରତିଟି କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିବେ। ବ୍ୟବସାୟରେ ପୂର୍ବରୁ ନେଇଥିବା ନିଷ୍ପତ୍ତି ଲାଭପ୍ରଦ ହେବ।

ବୃଷ: ସାରାଦିନ କାମରେ ବ୍ୟସ୍ତ ରହିବେ। ଉପରିସ୍ଥ କର୍ମଚାରୀଙ୍କ ଠାରୁ ଆପଣଙ୍କୁ ପ୍ରଶଂସା ମିଳିପାରେ। ଅର୍ଥ ସଂପର୍କିତ କୌଣସି ମାମଲାର ସମାଧାନ ହୋଇଯିବ।

ମିଥୁନ: ପୂର୍ବରୁ ଲାଗି ରହିଥିବା ଚିନ୍ତା ଦୂର ହେବ। କୌଣସି ନୂଆ ସୁଯୋଗ ମିଳିବା ହେତୁ ଜୀବନରେ ପରିବର୍ତ୍ତନ ଆସିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

କର୍କଟ: କାମରେ ବ୍ୟସ୍ତ ରହିବା ସତ୍ତ୍ବେ ସନ୍ଧ୍ୟାରେ ପରିବାର ସହିତ ଭୋଜନ କରିବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିପାରେ। ଶତ୍ରୁ ଦବି ରହିବେ।

ସିଂହ: କାରବାର ଲାଗି ଦିନଟି ଭଲ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ। ବେକାରଙ୍କୁ ରୋଜଗାର ଲାଗି ନୂଆ ସୁଯୋଗ ମିଳିବ।

କନ୍ୟା: ଜରୁରୀ କାମ ବ୍ୟବସ୍ଥିତ କରିବା ପାଇଁ ଦିଗୁଣା ପରିଶ୍ରମ କରିବେ। ବ୍ୟବସାୟୀଙ୍କ ପାଇଁ ଦିନଟି ବହୁତ ଭଲ। ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ।

ତୁଳା: କାରବାର ବୃଦ୍ଧିର ଉପାୟ ଫଳପ୍ରଦ ହେବ। ଧନଲାଭ ହେବା ଯୋଗୁଁ ଖର୍ଚ୍ଚ ଭରଣା କରିବା ସହଜ ହେବ। ପାରିବାରିକ ଜୀବନ ସୁଖମୟ ହେବ।

ବିଛା: ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ଜୀବନସାଥୀ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। ପରୀକ୍ଷା ସମ୍ବନ୍ଧରେ ଆପଣଙ୍କୁ ଶୁଭ ଖବର ମିଳିବ।

ଧନୁ: ଦିନଟି ଆପଣଙ୍କ ଲାଗି ଆନନ୍ଦଦାୟକ ରହିବ। ଆପଣଙ୍କ ଯୋଗ୍ୟତା ଅନୁସାରେ ଫଳ ମିଳିବ। ବୈବାହିକ ଜୀବନ ସୁଦୃଢ଼ ହେବ। ନୂଆ ବାହନ କିଣିବା ଲାଗି ମନ ହେବ।

ମକର: ଆପଣଙ୍କର ନୂଆ ଶକ୍ତି ପ୍ରୟୋଗ କରନ୍ତୁ। ଧନଲାଭର ନୂଆ ରାସ୍ତା ଖୋଲିବ। ଚାକିରିରେ କିଛି ଆଶା ପୂରଣ ହେବ। ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ।

କୁମ୍ଭ: ପୂର୍ବରୁ କରି ଆସୁଥିବା କାମରେ ଆପଣଙ୍କୁ ଲାଭ ମିଳିପାରେ। ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ।

ମୀନ: ପୂର୍ବ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ସମ୍ବନ୍ଧିତ ଖବର