ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମରେ ବ୍ୟସ୍ତ ରହିବା ଯୋଗୁଁ ପିଲାପିଲିଙ୍କୁ କମ୍ ସମୟ ଦେଇପାରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ନବ ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ଦୀର୍ଘ ଦିନରୁ କାମରେ ଲାଗି ରହିଥିବା ବାଧା ଦୂର ହୋଇଯିବ। କୌଣସି କାମରେ ବନ୍ଧୁର ସହାୟତା ନେଇପାରନ୍ତି। ଗୃହିଣୀଙ୍କୁ ପରିବାରର ସହଯୋଗ ମିଳିବ।

ମିଥୁନ: ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରର ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ଅବିବାହିତଙ୍କ ଲାଗି ବିବାହର ଶୁଭ ପ୍ରସ୍ତାବ ଆସିବ।

କର୍କଟ: ଅଫିସରେ ଆପଣଙ୍କର ଅଧୁରା କାମ ଦେଖି ଉପରିସ୍ଥ କର୍ମଚାରୀ ଅସନ୍ତୁଷ୍ଟ ହେବେ। ଅଳଙ୍କାର ବ୍ୟବସାୟୀଙ୍କୁ ଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଅନୁକୂଳ ରହିବ।

ସିଂହ: ସନ୍ଧ୍ୟା ସୁଦ୍ଧା ଭଲ ଖବର ପାଇବେ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। କାରବାରରେ ନୂଆ ଯୋଜନା ତିଆରି କରିବା ପୂର୍ବରୁ ଦୁଇ ତିନିଜଣଙ୍କର ମତ ନିଅନ୍ତୁ।

କନ୍ୟା: ଦୀର୍ଘ ଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ଶିକ୍ଷକ ଛାତ୍ରଙ୍କୁ କିଛି ନୂଆ ଶିଖାଇବେ।

ତୁଳା: ଯେଉଁ କାମ କରିବାକୁ ଭାବିବେ ଅଧିକ ପରିଶ୍ରମ ବଳରେ ସଂପୂର୍ଣ୍ଣ କରିନେବେ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ।

ବିଛା: ନୂଆ କାମ ଆରମ୍ଭରେ ଯଥେଷ୍ଟ ଲାଭ ପାଇବେ। ବିବାଦଠୁଁ ଦୂରରେ ରୁହନ୍ତୁ। ନବ ବିବାହିତ ନିଜର ସାଥୀ ସହ ଭଲରେ ସମୟ ଅତିବାହିତ କରିବେ।

ଧନୁ: ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ଆପଣଙ୍କ ଉନ୍ନତିକୁ କିଛି ଲୋକ ବି‌ରୋଧ କରିପାରନ୍ତି। ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ମକର: ଆପଣଙ୍କୁ ଅନ୍‍ଲାଇନ୍‌‍ରେ ଉପାର୍ଜନର ମଉକା ମିଳିବ। ବନ୍ଧୁମାନଙ୍କ ସହିତ ବସି ପୂର୍ବ ମାମଲାକୁ ସମାଧାନ କରିନେବେ। ସିନେମା ଦେଖିବାର ଯୋଜନା କରିବେ।

କୁମ୍ଭ: କିଛି ନୂଆ ଶିଖିବା ପାଇଁ ଭଲ ଦିନଟିଏ। ବ୍ୟବସାୟରେ ସାହସର ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ଅନ୍ୟମାନଙ୍କ ସହିତ ବ୍ୟବହାର ମଧୁର ରଖନ୍ତୁ।

ମୀନ: କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅସନ୍ତୁଷ୍ଟ ସାଥୀଙ୍କୁ ମନାଇବା ଚେଷ୍ଟାରେ ସଫଳ ହେବେ। ବେପାରରେ ଲାଭ କମ୍ ପାଇବେ।

ସମ୍ବନ୍ଧିତ ଖବର