ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ କାମ ଲାଗି ଶାରୀରିକ ଓ ମାନସିକ ରୂପେ ନିଜକୁ ପ୍ରସ୍ତୁତ ରଖନ୍ତୁ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମରେ ଜୀବନ ମଧୁର ରହିବ।

ବୃଷ: ବଡ଼ ଭାଇ ଭଉଣୀଙ୍କର ପୂରା ସହଯୋଗ ପାଇବେ। ଆର୍ଥିକ ଚିନ୍ତା ଦୂର ହେବ। ବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ମିଥୁନ: ଦିନଟି ବ୍ୟସ୍ତତାରେ କଟିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ବଚସା ହୋଇପାରେ। ବିରୋଧୀ ପକ୍ଷ ଆପଣଙ୍କ ଉପରେ ଦୃଷ୍ଟି ରଖିବେ।

କର୍କଟ: ମହତ୍ତ୍ବପୂର୍ଣ୍ଣ କାମ ଶୀଘ୍ର ପୂରା କରିପାରିବେ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଭୂସଂପତ୍ତି କିଣିବା ଯୋଗ ରହିଛି।

ସିଂହ: ଟଙ୍କା ନେବା-ଦେବା ବେଳେ ସାବଧାନ ରହନ୍ତୁ। ଆପଣଙ୍କ ନୂଆ ଯୋଜନା ଆକର୍ଷଣୀୟ ହେବ। ପରିବାରରେ ସୌହାର୍ଦ୍ଦ୍ୟ ବଜାୟ ରହିବ।

କନ୍ୟା: ଅଧିକ ଚିନ୍ତା କଲେ ଆପଣଙ୍କର ମାନସିକ ଶାନ୍ତି ଭଙ୍ଗ ହେବ। ନିଜ ସମସ୍ୟାର ସମାଧାନ ଲାଗି ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ।

ତୁଳା: ଆପଣଙ୍କର କଳାତ୍ମକ କାର୍ଯ୍ୟକୁ ଯଥେଷ୍ଟ ପ୍ରଶଂସା ମିଳିବ। ବ୍ୟବସାୟୀ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।

ବିଛା: ଦିନଟି ଆପଣଙ୍କ ଲାଗି ବହୁତ ସକ୍ରିୟ ରହିବ। ସ୍ବାସ୍ଥ୍ୟ ନେଇ ସଚେତ ରୁହନ୍ତୁ। ସାନ ଭଉଣୀର ଲେଖାପଢ଼ାରେ ସାହାଯ୍ୟ କରିପାରନ୍ତି।

ଧନୁ: ଆର୍ଥିକ ଚିନ୍ତା ଦୂର ହେବ। ପରିବାର ଲୋକ ଆପଣଙ୍କ ଖୁସିର ସାଥୀ ହେବେ। ଅଫିସରେ ପ୍ରୋଜେକ୍ଟ ସଂପୂର୍ଣ୍ଣ ହେଉ ହେଉ ଅଟକିଯିବ। ରାଜନୀତିରେ ସଫଳତା ପାଇବେ।

ମକର: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନୂଆ କାମ ନେଇ ବିଚାର କରିବା ଲାଗି ଦିନଟି ଭଲ। ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ। ଛାତ୍ରଙ୍କୁ ନୂଆ ବିଷୟରେ ଶିକ୍ଷା ମିଳିବ।

ମୀନ: କୌଣସି ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାମର ଯୋଜନା କରିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଜୀବନସାଥୀଙ୍କର ପ୍ରେମ ଓ ସୁଖ ପାଇବେ।

ସମ୍ବନ୍ଧିତ ଖବର