ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ନିଜର ବିଶେଷ କାମକୁ ପ୍ରଥମେ ସମାପ୍ତ କରିବାକୁ ଚେଷ୍ଟା କରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଢ଼ିବ।

ବୃଷ: ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। ଦୀର୍ଘ ଦିନର ଅଧୁରା ଆଶା ପୂରଣ ହେବ। ପାରିବାରିକ ଜୀବନରେ ମହତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ।

ମିଥୁନ: ଆପଣଙ୍କ ସମ୍ମୁଖକୁ କୌଣସି ନୂଆ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

କର୍କଟ: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ପରିଜନଙ୍କ ସହ ଗମ୍ଭୀର ବିଷୟରେ କଥା ହେବେ। ନିଜର ମାନ ସମ୍ମାନ ପ୍ରତି ପୂରା ଧ୍ୟାନ ରଖନ୍ତୁ।

ସିଂହ: ଧୈର୍ଯ୍ୟ ଧରି କାମ କରନ୍ତୁ। ଅଚାନକ ଧନଲାଭ ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶିକ୍ଷାର୍ଥୀ ଏକାନ୍ତରେ ଅଧ୍ୟୟନ କରନ୍ତୁ, ପଢ଼ିବାରେ ମନ ଲାଗିବ।

କନ୍ୟା: ଜୀବନକୁ ଉତ୍କୃଷ୍ଟ କରିବା ଲାଗି କିଛି ନୂଆ ଓ ରଚନାତ୍ମକ କରିବେ। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ସରକାରୀ ଚାକିରିଆଙ୍କ ଲାଗି ଉନ୍ନତିର ଯୋଗ ରହିଛି।

ତୁଳା: ଆପଣ ଧୈର୍ଯ୍ୟ ଧରି କାମ କରିବା ଦରକାର। ମାଆଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଶିକ୍ଷାର୍ଥୀ ନୂଆ ବିଷୟ ଅଧ୍ୟୟନ ଆରମ୍ଭ କରିବେ।

ବିଛା: ଘରେ କୌଣସି ମାମଲାକୁ ନେଇ ବିବାଦ ହୋଇପାରେ। କୋର୍ଟ କଚେରି ମାମଲାର ସମାଧାନ ହୋଇଯିବ। ସମାଜରେ ମାନ ସମ୍ମାନ ବଜାୟ ରଖିବା ଲାଗି ଚେଷ୍ଟା ଜାରି ରଖନ୍ତୁ।

ଧନୁ: ସକାରାତ୍ମକ ଶକ୍ତିରେ ପୂର୍ଣ୍ଣ ରହିବେ। ବ୍ୟବସାୟୀ ଅନ୍ୟମାନଙ୍କୁ ସହମତ କରାଇନେବେ। ଜୀବନସାଥୀ କିଛି ଭଲ ଜିନିଷ ତିଆରି ଖାଇବାକୁ ଦେବେ।

ମକର: ଜୀବନରେ କିଛି ନୂଆ ଖୁସିର ସଂକେତ ମିଳିପାରେ। ଇଂଜିନିୟରଙ୍କୁ ଅତିଶୀଘ୍ର ଲାଭ ମିଳିବ। କୌଣସି ପାଖଲୋକ ଆର୍ଥିକ ସହାୟତା ମାଗିବେ।

କୁମ୍ଭ: ଅଫିସରେ କୌଣସି କାମର ବାଧା ଆସିପାରେ। ଧୈର୍ଯ୍ୟ ଧରି କାମ କରନ୍ତୁ, ଆପଣଙ୍କ ଲାଗି ଲାଭପ୍ରଦ ହେବ। ଆପଣଙ୍କର ବିଶେଷତ୍ବ ଲୋକମାନଙ୍କ ସମ୍ମୁଖକୁ ଆସିବ।

ମୀନ: ବ୍ୟବସାୟୀଙ୍କୁ ନୂଆ କାମ ମିଳିପାରେ। ଆପଣଙ୍କୁ ଚେଷ୍ଟାର ସକାରାତ୍ମକ ଫଳ ମିଳିବ। ପ୍ରେମୀଯୁଗଳ ଏକା ସାଙ୍ଗେ ସମୟ କାଟନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ।

ସମ୍ବନ୍ଧିତ ଖବର