ମେଷ: ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ପାରିବାରିକ ମାମଲା ନେଇ ଜୀବନସାଥୀଙ୍କ ସହ କଥା ହେବେ। ନିବେଶ ପାଇଁ ଠିକ୍ ସମୟକୁ ଅପେକ୍ଷା କରନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଦିନଟି ଆପଣଙ୍କ ଲାଗି ଉତ୍ସାହପୂର୍ଣ୍ଣ ରହିବ। କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତା ରହିବ।
ମିଥୁନ: ପାରିବାରିକ କାର୍ଯ୍ୟ ପୂରା ହେବ। ଭବିଷ୍ୟତର ଯୋଜନା ଉପରେ ବିଚାର ବିମର୍ଶ କରିବେ। ବେପାର ବୃଦ୍ଧି ପାଇଁ ନୂଆ ଉପାୟ ମିଳିବ।
କର୍କଟ: ଦିନଟି ବେପାର ଲାଗି ଲାଭପ୍ରଦ। ଯୋଜନା ତିଆରି କରିବା ଲାଗି ଦିନଟି ଭଲ। ପ୍ରତିଟି କାମ ନିଷ୍ଠାର ସହ କରିବାକୁ ଚେଷ୍ଟା କରନ୍ତୁ।
ସିଂହ: ନୂଆ କାମ ଶିଖିବାରେ ଆପଣଙ୍କ ମନ ଲାଗିବ। ବ୍ୟବସାୟ ବୃଦ୍ଧି ହେବାର ଯୋଗ ରହିଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
କନ୍ୟା: ଆପଣଙ୍କ ଭାବନାକୁ ସକାରାତ୍ମକ ରଖନ୍ତୁ। ଚାକିରି ବଦଳାଇବା ପାଇଁ ଭାବି ପାରନ୍ତି। ସାଥୀଙ୍କୁ ମନାଇବା ପାଇଁ ଉପହାର ଦେବେ।
ତୁଳା: ବ୍ୟବସାୟରେ ପରିବାରର ସହଯୋଗ ପାଇବେ। କ୍ୟାରିୟର ନେଇ ମନରେ ସଂଶୟ ରହିବ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବିଛା: ପ୍ରକୃତିର ଆନନ୍ଦ ନେବା ପାଇଁ ମନ ହେବ। ଅଧୁରା କାର୍ଯ୍ୟ ପୂରା କରିବା ଲାଗି ଦିନଟି ଭଲ। ପ୍ରଶାସନିକ କାମରେ ଧୈର୍ଯ୍ୟ ଧରି ରହିବା ଗୁରୁତ୍ବପୂର୍ଣ୍ଣ।
ଧନୁ: ମନରେ ନୂଆ ନୂଆ ବିଚାର ଆସିବ। ନିଜ ଯୋଜନାରେ କୌଣସି ପରିବର୍ତ୍ତନ କରିପାରନ୍ତି। ଅଫିସରେ ପଦୋନ୍ନତି ହୋଇପାରେ।
ମକର: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଶତ୍ରୁ ହଇରାଣ କରିବା ଲାଗି ଚେଷ୍ଟା କରିବେ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ।
କୁମ୍ଭ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଘରେ ଧାର୍ମିକ ଆୟୋଜନ ପାଇଁ ଯୋଜନା କରିବେ। ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ।
ମୀନ: ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଆପଣଙ୍କର ଦରମା ବୃଦ୍ଧି ହେବ। ଗୃହିଣୀଙ୍କୁ ଜୀବନସାଥୀଙ୍କ ଠାରୁ ଉପହାର ମିଳିବ।