ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ ସହକର୍ମୀ ଆପଣଙ୍କ କାମର ପ୍ରଶଂସା କରିବେ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହୋଇପାରେ। ଛାତ୍ରଙ୍କୁ ନୂଆ ପ୍ରକଳ୍ପ ମିଳିବ।

ବୃଷ: ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସରେ ଆପଣଙ୍କର ପରିଶ୍ରମ ପାଇଁ ପଦୋନ୍ନତି ମିଳିପାରେ।

ମିଥୁନ: ନୂଆ କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ବଢ଼ିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଓକିଲ ପୁରୁଣା ମକଦ୍ଦମାରେ ଜୟଯୁକ୍ତ ହେବେ। ଡାକ୍ତରଙ୍କର ପ୍ରସିଦ୍ଧି ବଢ଼ିବ।

କର୍କଟ: ଆହ୍ବାନକୁ ସହଜରେ ମୁକାବିଲା କରିବେ। ପୂର୍ବରୁ କରିଥିବା କୌଣସି ଭୁଲ୍ ପାଇଁ ପଶ୍ଚାତାପ କରିବେ। ଆୟ ବ୍ୟୟ ସମାନ ରହିବ। ଦାମ୍ପତ୍ୟ ଜୀବନକୁ ଖୁସି ଆସିବ।

ସିଂହ: ଅବିବାହିତଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। ପୁସ୍ତକ ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ହେବ। ଇଂଜିନିୟର ଛାତ୍ରଙ୍କ ଲାଗି ଭଲ ଦିନଟିଏ।

କନ୍ୟା: ଆପଣଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ରହିବ। ଚାକିରି ବୃତ୍ତିରେ ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ବସ୍ତ୍ର କିଣିବାରେ ଅଧିକ ଖର୍ଚ୍ଚ କରିପାରନ୍ତି।

ତୁଳା: ସ୍ଥଗିତ ଥିବା କାର୍ଯ୍ୟ ବନ୍ଧୁ ସାହାଯ୍ୟରେ ସଂପୂର୍ଣ୍ଣ କରିବେ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ପାରିବାରିକ ଜୀବନ ସୁଖକର ହେବ। ଲେଖାପଢ଼ାରେ ଏକାଗ୍ରତା ବଢ଼ିବ।

ବିଛା: କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେଇପାରନ୍ତି। ଖାଦ୍ୟପାନୀୟ ପ୍ରତି ସଜାଗ ରୁହନ୍ତୁ। ବ୍ୟବସାୟୀ ନିଜର କାଗଜପତ୍ର ସମ୍ଭାଳି କରି ରଖନ୍ତୁ।

ଧନୁ: ଲୋକମାନଙ୍କ ଆଗରେ ଆପଣଙ୍କର ଛବି ଭଲ ହୋଇ ରହିବ। ବାଲ୍ୟବନ୍ଧୁ ସହିତ ଦେଖା ହୋଇପାରେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିବ।

ମକର: ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ। ରାଜନୀତି କ୍ଷେତ୍ରରେ ଲୋକେ ସଫଳତା ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି। ପ୍ରେମିକା ସହିତ ସମ୍ବନ୍ଧ ମଜଭୁତ ହେବ।

କୁମ୍ଭ: ଚାକିରିଆଙ୍କ ଲାଗି ଦିନଟି ଭଲ। ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ଖୁସି ରହିବେ। ନୂଆ ଜମି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖିନିଅନ୍ତୁ। ଜୀବନସାଥୀଙ୍କ ପ୍ରେମ ପାଇବେ।

ମୀନ: ଆପଣଙ୍କ ସ୍ବଭାବକୁ କୋମଳ ରଖନ୍ତୁ। ଅଧିକ ଭାବପ୍ରବଣ ହେଲେ ଅଶାନ୍ତି ବଢ଼ିବ। ମନର ବ୍ୟଥା ପାଖ ଲୋକଙ୍କୁ କୁହନ୍ତୁ, ମନ ହାଲୁକା ହେବ। ରାଜନୀତିରେ ରୁଚି ବଢ଼ିବ।

ସମ୍ବନ୍ଧିତ ଖବର