ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୁରୁଣା କାମର ସକାରାତ୍ମକ ପରିଣାମ ପାଇବେ। ଉନ୍ନତିର ନୂଆ ରାସ୍ତା ଖୋଲିବ। ଜରୁରୀ କାମରେ ଜୀବନସାଥୀଙ୍କ ସାହାଯ୍ୟ ପାଇବେ।

ବୃଷ: ପୁଞ୍ଜି ବଜାରରେ ନିବେଶ କରିବା ପୂର୍ବରୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ରାଜନୀତିରେ ସଫଳତା ପାଇବେ। ବିବାହିତ ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଆପଣଙ୍କୁ ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ। ନିଜକୁ ବ୍ୟର୍ଥ କାମଠୁଁ ଦୂରରେ ରଖନ୍ତୁ। ବିବାହ ପାଇଁ ଭଲ ପ୍ରସ୍ତାବ ଆସିବ।

କର୍କଟ: ନିଜ କାମରେ ଭଉଣୀଙ୍କର ସହଯୋଗ ପାଇବେ। ଆପଣଙ୍କର ପ୍ରଦର୍ଶନ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ଜୀବନସାଥୀ ଭଲ ଉପହାର ଦେବେ।

ସିଂହ: ଧୈର୍ଯ୍ୟପୂର୍ବକ କାମ କଲେ ଲାଭ ହେବ। ବ୍ୟାଙ୍କରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। କଠିନ ପରିସ୍ଥିତିରେ ବନ୍ଧୁଙ୍କ ସାହାଯ୍ୟ ପାଇବେ।

କନ୍ୟା: ଆପଣଙ୍କର କଠିନ ପରିଶ୍ରମ ଫଳପ୍ରଦ ସିଦ୍ଧ ହେବ। ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ନୂଆ ଘର କିଣିବା ଲାଗି ଦିନଟି ଶୁଭ।

ତୁଳା: କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ପୂର୍ବରୁ କରିଥିବା ଯୋଜନା ଲାଗୁ କରନ୍ତୁ। ନିଜ କାମରେ ସଂପୂର୍ଣ୍ଣ ଧ୍ୟାନ ଲଗାନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ବିଛା: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। କୌଣସି ସଂସ୍ଥା ଦ୍ବାରା ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଚାକିରିଆଙ୍କର ପ୍ରଭାବ ବଢ଼ିବ।

ଧନୁ: ଜୀବନସାଥୀଙ୍କ କାମ ଦେଖି ଆପଣଙ୍କ ମନ ପ୍ରସନ୍ନ ହୋଇଯିବ। ନୂଆ କାମ ଆରମ୍ଭ କରନ୍ତୁ, ଲାଭ ମିଳିବ। ଅଧ୍ୟାପନା ଲାଗି ନୂଆ ସୁଯୋଗ ଆସିବ।

ମକର: ବ୍ୟବସାୟ ବୃଦ୍ଧି ପାଇଁ ନିଜ ମସ୍ତିଷ୍କର ଉପାୟ ଫଳପ୍ରଦ ସାବ୍ୟସ୍ତ ହେବ। ଜମି ସମ୍ବନ୍ଧୀୟ ମାମଲା ସମାଧାନ ହୋଇଯିବ। କାମରେ ଲାଭ ହେବ।

କୁମ୍ଭ: ନିଜର ସମସ୍ୟା କାହାରିକୁ ଜଣାନ୍ତୁ ନାହିଁ। ଜମିରେ ନିବେଶ ଲାଗି ଦିନଟି ଭଲ। ଗୃହିଣୀଙ୍କୁ ଜୀବନସାଥୀଙ୍କ ଠାରୁ ଉପହାର ମିଳିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ମୀନ: ଆପଣଙ୍କ କାମରେ ଆତ୍ମବିଶ୍ବାସର ଝଲକ ଦେଖାଦେବ। ଆପଣ ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିବେ। ବେପାରରେ ଲାଭ ହେବ।

ସମ୍ବନ୍ଧିତ ଖବର