ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଜୀବନଶୈଳୀରେ ପରିବର୍ତ୍ତନ କରିପାରନ୍ତି। ବେକାରଙ୍କୁ ଚାକିରି ପ୍ରସ୍ତାବ ମିଳିବ। ବେପାରରେ ଉନ୍ନତି ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ବୃଷ: ଆପଣଙ୍କ ଭାବନାକୁ ସକାରାତ୍ମକ ରଖନ୍ତୁ। ବ୍ୟବସାୟରେ ବୃଦ୍ଧି ଘଟିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ।

ମିଥୁନ: ଜୀବନସାଥୀଠୁଁ ଭଲ ଖବର ଶୁଣିବାକୁ ପାଇବେ। ଘରେ ଖୁସିର ପରିବେଶ ରହିବ। ଆପଣଙ୍କ କାମର ଗତି ବଢ଼ିବ। ଛାତ୍ରଙ୍କୁ ସାକ୍ଷାତକାରରେ ସଫଳତା ହାସଲ ହେବ।

କର୍କଟ: ଯୋଜନା ତିଆରି କରି ତାକୁ କାର୍ଯ୍ୟକାରୀ କରିବାରେ ସଫଳ ହେବେ। କମ୍ ପରିଶ୍ରମରେ ଉପର ସ୍ତରକୁ ଉଠିପାରନ୍ତି। ଚାକିରି ସମ୍ବନ୍ଧରେ ନିଷ୍ପତ୍ତି ନେବା ପାଇଁ ଦିନଟି ଅନୁକୂଳ।

ସିଂହ: ବ୍ୟବସାୟ ସମ୍ବନ୍ଧରେ ଆଲୋଚନା ପାଇଁ ନିଜକୁ ପ୍ରସ୍ତୁତ କରି ଯାଆନ୍ତୁ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ।

କନ୍ୟା: କୌଣସି କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ଅଯଥା କଥାଠୁଁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ଅଫିସର କୌଣସି କଥାକୁ ନେଇ ସହକର୍ମୀଙ୍କ ସହ ତର୍କବିତର୍କ ହୋଇପାରେ।

ତୁଳା: ବାକି ଥିବା କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କୁ ନିଜର ଅସୁବିଧା ଜଣାନ୍ତୁ ସହଯୋଗ ପାଇ‌ବେ। ଆପଣଙ୍କର ମାନସିକ ଅଶାନ୍ତି ଦୂର ହେବ।

ବିଛା: ପରିବାର ଲୋକଙ୍କ ସହ ଅଧିକ ସମୟ କାଟିବେ। ବାପା ମାଆଙ୍କ ଠାରୁ କୌଣସି ବିଷୟରେ ମତ ନେଇପାରନ୍ତି। ପ୍ରିୟ ବନ୍ଧୁ ଆପଣଙ୍କୁ ଅଧିକ ପ୍ରୋତ୍ସାହିତ କରିବେ।

ଧନୁ: ପରିଶ୍ରମର ସୁଫଳ ପାଇବେ। କାରବାରରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି। ସନ୍ଧ୍ୟ‌ାରେ ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ।

ମକର: ଓକିଲ ପୁରୁଣା ମକଦ୍ଦମାରେ ବିଜୟ ହାସଲ କରିବେ। ଧାର ଦେବା ନେବାରୁ ନିବୃତ୍ତ ରୁହନ୍ତୁ। ଅଫିସରେ କାମ ସଂପୂର୍ଣ୍ଣ କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ।

କୁମ୍ଭ: ଆପଣଙ୍କ ସଫଳତାର ରାସ୍ତାରେ କାହାରିକୁ ଆସିବାକୁ ଦିଅନ୍ତୁ ନାହିଁ। ଜୀବନରେ ଖୁସିର ଆଗମନ ହେବ। ପାରିବାରିକ ସମସ୍ୟା ନେଇ ଚିନ୍ତା ବଢ଼ିପାରେ।

ମୀନ: କଳାକାରଙ୍କ ଲାଗି ଦିନଟି ବହୁତ ଭଲ। ସ୍ବାସ୍ଥ୍ୟରେ ସୁଧାର ହେବ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

ସମ୍ବନ୍ଧିତ ଖବର