ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ବାହନ କିଣିବା ଲାଗି ବିଚାର କରିବେ। କୌଣସି କାରଣ ପାଇଁ ଦୂରସ୍ଥାନକୁ ଯିବେ। ନୂଆ ବ୍ୟବସାୟ ଆରମ୍ଭ ପାଇଁ ଆପଣ ଉତ୍ସାହିତ ହେବେ।
ବୃଷ: ଦିନଟି ଆପଣଙ୍କ ଲାଗି ଉତ୍ସାହରେ ପରିପୂର୍ଣ୍ଣ ରହିବ। ସୁସମ୍ବାଦ ପାଇବେ। ବନ୍ଧୁର ସହଯୋଗ ପାଇବେ। ରାଜନୀତିରେ ଆପଣଙ୍କ କାମର ପ୍ରଶଂସା ହେବ। ନୂଆ କାର୍ କିଣି ପାରନ୍ତି।
ମିଥୁନ: ଦିନଟି ଆପଣଙ୍କ ଲାଗି ବହୁତ ଶକ୍ତିଶାଳୀ ରହିବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କ ସମର୍ଥନରେ ସଫଳତା ପାଇବେ। ସନ୍ଧ୍ୟାରେ ସପରିବାର ହସଖୁସିରେ ସମୟ କାଟିବେ।
କର୍କଟ: ନିଜର କାମ ପ୍ରତି ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କୁ ଦାମୀ ଉପହାର ଦେବେ। ହୋଟେଲ ପରିଚାଳନା ଛାତ୍ରଙ୍କୁ ଚାକିରି ମିଳିବ। ଘରେ ଖୁସିର ମାହୋଲ ରହିବ।
ସିଂହ: ଦିନଟି ପରିବାର ଲାଗି ଖୁସି ନେଇ ଆସିବ। ନୃତ୍ୟଶ୍ରେଣୀରେ ସମ୍ମିଳିତ ହୋଇପାରନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ନିଜ ଚିତ୍ତଚାଞ୍ଚଲ୍ୟ ପାଇଁ ବିଫଳତା ମିଳିବାର ଆଶଙ୍କା ରହିଛି।
କନ୍ୟା: ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ବରିଷ୍ଠଙ୍କର ସ୍ନେହ ଓ ବନ୍ଧୁତାପୂର୍ଣ୍ଣ ସଦ୍ଭାବ ପାଇବେ। ବେପାରରେ ଆଗକୁ ବଢ଼ିବା ପାଇଁ ଆପଣଙ୍କ ନୂଆ ଯୋଜନା ସଫଳ ହେବ।
ତୁଳା: ଦିନଟି ଜୀବନରେ ନୂଆ ପରିବର୍ତ୍ତନ ଆଣିବ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ହୃତଦ୍ରବ୍ୟ ପାଇବେ। ବ୍ୟବସାୟରେ ବିକ୍ରି ବଢ଼ିବ। ଛାତ୍ର ନୂଆ ଶିକ୍ଷାଲାଭ କରିବେ।
ବିଛା: ବ୍ୟବସାୟରେ କାମ କରିବା କୌଶଳ ପରିବର୍ତ୍ତନ କରିବେ। ପ୍ରେମୀଯୁଗଳ ବାହାରକୁ ବୁଲି ଯାଇପାରନ୍ତି। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଅନ୍ୟମାନଙ୍କ ପରାମର୍ଶ ଉପରେ ବିଚାର କରନ୍ତୁ।
ଧନୁ: ବିୟୁଟି ପାର୍ଲରରେ କାମ କରୁଥିବା ଲୋକଙ୍କୁ ଗ୍ରାହକ ପ୍ରଶଂସା କରିବେ। ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବେ। କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ।
ମକର: ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିପାରେ। ବିଦେଶ ଯିବା ପାଇଁ ମନ ପ୍ରସ୍ତୁତ କରିପାରନ୍ତି। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ।
କୁମ୍ଭ: କିଛି ନୂଆ ଶିଖିବେ। ଦରକାରୀ ଜିନିଷ ଉପହାର ପାଇବେ। ମାନସିକ ରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରିବେ। ସାହସ ଆପଣଙ୍କୁ ବିଜୟୀ କରାଇବ। ପ୍ରେମ ଜୀବନ ମଧୁର ହେବ।
ମୀନ: ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଜାୟ ରହିବ। ରାଜନେତାଙ୍କର ସମାଜରେ ପ୍ରଭାବ ବଢ଼ିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।