ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦେବୀମାତାଙ୍କ ଆରାଧନା ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ସରକାରୀ କାମରେ ଲାଗିରହିଥିବା ବାଧା ଦୂର ହେବ। ବେପାରରେ ଉନ୍ନତି ହେବ।

ବୃଷ: ଆପଣଙ୍କ ମନକୁ ନୂଆ ନୂଆ ବିଚାର ଆସିବ। ଅଧିକାରୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ବ୍ୟବସାୟରେ ଲାଭ ହୋଇପାରେ।

ମିଥୁନ: କୌଣସି କଥା ବୁଝିବାରେ ତ୍ରୁଟି ହୋଇପାରେ। ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ବୈବାହିକ ଜୀବନ ଭଲ ରହିବ।

କର୍କଟ: ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିପାରେ। ଧୈର୍ଯ୍ୟଶୀଳ ହୋଇ ସରକାରୀ କାମ କରନ୍ତୁ, ସଫଳ ହେବେ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ।

ସି˚ହ: ଆପଣଙ୍କ ସ୍ନେହର ଆଭା ଅନ୍ୟଙ୍କୁ ପ୍ରଭାବିତ କରିବ। ପ୍ରସାଧନ ଦୋକାନୀଙ୍କୁ ଯଥେଷ୍ଟ ଲାଭ ହେବ। ବିଦ୍ୟାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଭଲ ଖବର ମିଳିବ।

କନ୍ୟା: ଭାବିଥିବା କାମ ସ˚ପୂର୍ଣ୍ଣ ହୋଇଯିବ। ସାମାଜିକ ସ୍ତରରେ ଲୋକମାନଙ୍କୁ ସାହାଯ୍ୟ କରିବେ। ନୂଆ ଘର ତିଆରି ପାଇଁ ଯୋଜନା କରିବେ।

ତୁଳା: କାର୍ଯ୍ୟକ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ହେବ। ପାରିବାରିକ ଜୀବନ ସୁଖକର ହେବ। ମନୋର˚ଜନ କାର୍ଯ୍ୟରେ ଖର୍ଚ୍ଚ କରିବେ।

ବିଛା: ଆପଣ ଶକ୍ତିବାନ ଓ ସକ୍ରିୟ ରହିବେ। ଶତ୍ରୁ ଆପଣଙ୍କ କାମରେ ବାଧା ସୃଷ୍ଟି କରିବେ। ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ। ପ୍ରେମ ଜୀବନ ମଧୁର ରହିବ।

ଧନୁ: ମନରେ ସକାରାତ୍ମକ ବିଚାର ଆସିବ। ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରିୟତମଙ୍କୁ ଉପହାର ଦେବେ।

ମକର: ବ୍ୟବସାୟରେ ଭାଗୀଦାରଙ୍କ ସହିତ ଏକମତ ହୋଇ କାମ କରନ୍ତୁ, ଲାଭ ପାଇବେ। ଆପଣ କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

କୁମ୍ଭ: ଦୈନିକ କାମରେ ଆଶାଜନକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ସୁସମ୍ବାଦ ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।

ମୀନ: ତ୍ରୁଟିପୂର୍ଣ୍ଣ ପଦକ୍ଷେପ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

ସମ୍ବନ୍ଧିତ ଖବର