ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାଇପଡ଼ିଶା ଲୋକେ ଆପଣଙ୍କର ଭଲ ବ୍ୟବହାରରେ ଖୁସି ରହିବେ। ବେପାରରେ ଅଚାନକ ଧନଲାଭର ସୁଯୋଗ ମିଳିବ। ବିବାହିତଙ୍କ ଲାଗି ଭଲ ଦିନଟିଏ।

ବୃଷ: ଆଶା ଅନୁଯାୟୀ ପରିବାର ଲୋକଙ୍କ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା କମ୍‌। ମନ ଶାନ୍ତ ରଖି ବିବାଦର ସମାଧାନ କରନ୍ତୁ। ବ୍ୟବସାୟରେ ଲାଭ ପାଇବେ।

ମିଥୁନ: ଖୋଦ୍‌କୁ ମାର୍ଜିତ କରିବା ଲାଗି ଭଲ ଦିନଟିଏ। ଜୀବନସାଥୀଙ୍କ ସହିତ ଧର୍ମସ୍ଥାନକୁ ଯାଆନ୍ତୁ, ଶୁଭ ଫଳ ପାଇବେ। ବେକାରଙ୍କୁ ଉପାର୍ଜନର ସୁଯୋଗ ମିଳିବ।

କର୍କଟ: ନୂଆ ଲୋକଙ୍କ ସହିତ ବନ୍ଧୁତା ଭବିଷ୍ୟତରେ ଲାଭ ଦେବ। ଚାକିରିଜୀବୀ ଆଶା କରୁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି। ବ୍ୟବସାୟରେ ଲାଭ ହୋଇପାରେ।

ସି˚ହ: ଅଫିସରେ ନିର୍ଦ୍ଧାରିତ ସମୟରେ ନିଜ କାମ ସମାପ୍ତ କରିବେ। କର୍ତ୍ତୃପକ୍ଷ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ। ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସ˚କେତ ମିଳିପାରେ।

କନ୍ୟା: ସାଥୀଙ୍କ କଥାକୁ ଧୈର୍ଯ୍ୟ ଧରି ଶୁଣନ୍ତୁ। ଆପଣଙ୍କର ସମ୍ବନ୍ଧର ଗରିମା ବଜାୟ ରଖିବା ଲାଗି କୁତର୍କ କରନ୍ତୁ ନାହିଁ। ବଡ଼ କ˚ପାନି ସହିତ ବ୍ୟବସାୟର ସୁଯୋଗ ଆସିବ।

ତୁଳା: ଜୀବନ ପ୍ରତି ନିଜର ଦୃଷ୍ଟିକୋଣ ବଦଳାନ୍ତୁ। ଅଫିସ କାମରେ ରାଜ୍ୟ ବାହାରକୁ ଯିବାର ସୁଯୋଗ ଆସିବ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ।

ବିଛା: ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ଅବିବାହିତ ଲୋକଙ୍କ ଲାଗି ଦିନଟି ଭଲ ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ।

ଧନୁ: ନିତିଦିନିଆ ଅଶାନ୍ତିର ନିବାରଣ ହେବ। କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ଚାକିରି ମିଳିପାରେ। ରାଜନୀତିରେ ଆର୍ଥିକ ଲାଭ ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯାଇପାରନ୍ତି।

ମକର: ପୂର୍ବ ପ୍ରତିଜ୍ଞା ସ˚ପାଦନ କରିବେ। ଇ˚ଜିନିୟରଙ୍କୁ ଭଲ ଅବସର ମିଳିବ। କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବି ପାରନ୍ତି। ପାରିବାରିକ ଜୀବନ ସୁଖକର ହେବ।

କୁମ୍ଭ: ପୂଜାପାଠରେ ସମୟ ବିତିବ। ଜରୁରୀ କାମ ସ˚ପୂର୍ଣ୍ଣ କରିବା ଲାଗି ସାନି ଯୋଜନା କରିପାରନ୍ତି। ଛାତ୍ରମାନେ ନିଜର କ୍ୟାରିୟର ଲାଗି ଶିକ୍ଷକଙ୍କ ପରାମର୍ଶ ନେଇପାରନ୍ତି।

ମୀନ: ସପରିବାର ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ନିଜର କାମ ପାଇଁ କୌଣସି ବନ୍ଧୁଙ୍କୁ ସାହାଯ୍ୟ ମାଗି ପାରନ୍ତି। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ସମ୍ବନ୍ଧିତ ଖବର