ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ନୂଆ ବିଚାର ଯଥେଷ୍ଟ ଆର୍ଥିକ ଲାଭ ଦେବ। ଆପଣଙ୍କର ଚେଷ୍ଟା ଫଳପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ବିତିବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ।

 

ବୃଷ: ଭାଗ୍ୟ ଆପଣଙ୍କ ସହ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଜୀବନରେ ଲାଭର ଅବସର ପ୍ରାପ୍ତ ହେବ। ଅଫିସ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ।

ମିଥୁନ: ବିଶେଷ କାମରେ ଯାତ୍ରା କରିପାରନ୍ତି। ପାରିବାରିକ ବନ୍ଧୁ ଠାରୁ ଖୁସି ଖବର ପାଇବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ଜୀବିକା କ୍ଷେତ୍ରରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଧନଲାଭର କିଛି ନୂଆ ମଉକା ପାଇବେ। ସବୁ କାମ ସହଜରେ ପୂରା ହେବ। ପ୍ରେମ ଜୀବନ ଭଲ ରହିବ।

ସିଂହ: ବିବାଦଠୁଁ ଦୂରରେ ରୁହନ୍ତୁ। ଧାର ନେବା ଦେବାରୁ ନିବୃତ୍ତ ରହନ୍ତୁ। ବିରୋଧୀ ପକ୍ଷ ଆପଣଙ୍କ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ।

କନ୍ୟା: ବନ୍ଧୁ ସହ କଥା ହେବାବେଳେ ଏଭଳି କିଛି କୁହନ୍ତୁ ନାହିଁ ଯାହାଦ୍ବାରା ଅଶାନ୍ତି ହେବ। କାମ ପ୍ରତି ନିଜର ଏକାଗ୍ରତା ବଜାୟ ରଖନ୍ତୁ। ଅଫିସରେ ସାବଧାନ ରହିବାର ଆବଶ୍ୟକତା ରହିଛି।

 

ତୁଳା: ଏକାଗ୍ରଚିତ୍ତରେ କରୁଥିବା କାମର ଭଲ ପରିଣାମ ପାଇବେ। ଆପଣଙ୍କର ସମ୍ପର୍କ ନ ଥିବା ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ବିଛା: ଭାବିଚିନ୍ତି ବଡ଼ ନିଷ୍ପତ୍ତି ନିଅନ୍ତୁ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ମହିଳାମାନେ ଚେହେରାର ଯତ୍ନ ନେବାରେ ବ୍ୟସ୍ତ ରହିବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

 

ଧନୁ: ପରିବାର ପାଇଁ କିଛି ଭଲ କରିବାର ଦିନଟିଏ। ଆପଣଙ୍କର ପ୍ରଦର୍ଶନ କର୍ତ୍ତୃପକ୍ଷଙ୍କୁ ଖୁସି କରିବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଜୀବନସାଥୀ ଉପହାର ଦେବେ।

 

ମକର: ଶାନ୍ତ ମନରେ କାମ କଲେ ଯଥେଷ୍ଟ ଲାଭ ପାଇବେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ। ପ୍ରେମିକ ପ୍ରେମିକା ନିଜ ସମ୍ବନ୍ଧ ବିଷୟରେ ଘର ଲୋକଙ୍କୁ ଜଣାଇବେ।

 

କୁମ୍ଭ: ବନ୍ଧୁଙ୍କ ପରାମର୍ଶ ଆପଣଙ୍କୁ ପସନ୍ଦ ଆସିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ନୂଆ ଶକ୍ତିର ସହ କାମ କଲେ ଅଧୁରା କାମ ପୂରା ହେବ। ରାଜନୀତିରେ ଆର୍ଥିକ ଲାଭ ହେବ।

ମୀନ: ପୂଜାପାଠରେ ସମୟ ବିତିବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଆପଣଙ୍କର ଇଚ୍ଛା ପୂରଣ ହେବ। ରାଜନେତାଙ୍କୁ ଉଚ୍ଚ ପଦ ମିଳିବ।

ସମ୍ବନ୍ଧିତ ଖବର