ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଆପଣଙ୍କର ସବୁ କାମ ମନମୁତାବକ ପୂରା ହେବ। କୌଣସି ପୁରୁଣା ବନ୍ଧୁ ସହ ସାକ୍ଷାତ ହେବ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ‌

 

ବୃଷ: କାରବାରରେ ଧନଲାଭ ହୋଇପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବା ଯୋଗୁଁ କ୍ୟାରିୟରର ଦିଗ ବଦଳିବ। ପରିବାର ଲୋକଙ୍କ ସହ ଭଲ ସାମଞ୍ଜସ୍ୟ ରହିବ। ‌

ମିଥୁନ: କିଛି ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ଭ୍ରମଣରେ ଆର୍ଥିକ ଲାଭ ହେବ। କୌଣସି ଉଦ୍ୟୋଗରେ ଚାକିରି ପାଇଁ ସୁଯୋଗ ଆସିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।‌

କର୍କଟ: କାମରେ ବାପା ମାଆଙ୍କ ସହଯୋଗ ପାଇବେ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ। ବ୍ୟବସାୟରେ ଆପଣଙ୍କର ଉନ୍ନତ ହେବ।‌

ସିଂହ: ପାରିବାରିକ କାମରେ ଘର ଲୋକଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ। ଚାକିରିଆଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ‌

କନ୍ୟା: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ବାପା ମାଆଙ୍କ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ। କର୍ମଜୀବୀ ମହିଳା ନୂଆ ପ୍ରକଳ୍ପରେ କାମ କରିବେ। ପ୍ରିୟ ବନ୍ଧୁ ସହ ଦେଖା ହେବ।‌

 

ତୁଳା: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଅଫିସରେ ନୂଆ କାମ ମିଳିପାରେ। ଧୈର୍ଯ୍ୟଧରି ନିଷ୍ପତ୍ତି ନେଲେ ସଫଳତା ପାଇବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ବିଛା: ଶୁଭ ଖବର ପାଇବେ। ସ୍ଥଗିତ ଥିବା କାମରେ ସଫଳତା ପାଇବେ। ବେପାରରେ ଆଶାଠୁଁ ଅଧିକ ଲାଭ ପାଇବେ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।

 

ଧନୁ: ବୈବାହିକ ଜୀବନ ଭଲ ରହିବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଆପଣ ଯେଉଁ କାମ କରିବାକୁ ଭାବିଛନ୍ତି ତାହା ସଂପୂର୍ଣ୍ଣ ହୋଇଯିବ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ।

 

ମକର: ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଜୀବନସାଥୀଙ୍କ ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିବେ। ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

 

କୁମ୍ଭ: ଦିନଟି ବ୍ୟସ୍ତତାରେ କଟିବ। ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ଅର୍ଥ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ସନ୍ଧ୍ୟା ସୁଦ୍ଧା ଶୁଭ ଖବର ପାଇବେ। ବିବାହିତଙ୍କ ଲାଗି ଦିନଟି ଭଲ।

ମୀନ: ବେପାରରେ ବୁଝିଶୁଝି ନିବେଶ କରନ୍ତୁ। ଅଫିସ କାମରେ ବାଧା ଦୂର ହେବ। ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସମ୍ବନ୍ଧିତ ଖବର