ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି। ଅଫିସରେ କାମର ବୋଝ ରହିବ। ରାଜନେତାଙ୍କର ମାନ ସମ୍ମାନ ବଢ଼ିବ।‌

ବୃଷ: ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ପରିବାରରେ ଉତ୍ସବ ଭଳି ପରିବେଶ ରହିବ। ଚାକିରିିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ବ ମିଳିବ। ‌

ମିଥୁନ: ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ସରକାରୀ ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ବ୍ୟବସାୟୀଙ୍କୁ ଲାଭ ମିଳିବ।

କର୍କଟ: ନିଜର ବିଚାରକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ପଦ ପ୍ରତିଷ୍ଠା ମିଳିବ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ଆସିବ।

ସିଂହ: ଉପଯୁକ୍ତ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଭବିଷ୍ୟତ ଲାଗି ଲାଭଦାୟକ। ବିବାଦଠୁଁ ଦୂରରେ ରୁହନ୍ତୁ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

କନ୍ୟା: ଚାକିରିରେ ପଦୋନ୍ନତି ମିଳିପାରେ। କୌଣସି ମଞ୍ଚରେ ଅଭିନୟ ପାଇଁ ସୁଯୋଗ ପାଇବେ। ପ୍ରେମିକାଙ୍କୁ ମନର କଥା କହିବେ। ଘରୋଇ ଚାକିରିଆଙ୍କ ଲାଗି ଦିନଟି ଭଲ।

ତୁଳା: ବହୁ ଦିନର ସ୍ବପ୍ନ ସାକାର ହେବ। ପ୍ରେମିକାଙ୍କୁ ଦାମିକା ବସ୍ତୁ ଉପହାର ଦେବେ। ରାଜନେତାଙ୍କ ସାମାଜିକ ପ୍ରଭାବ ବଢ଼ିବ। ମହିଳାମାନଙ୍କ ଲାଗି ଦିନଟି ସୌହାର୍ଦପୂର୍ଣ୍ଣ ରହିବ।

ବିଛା: କାମ, ପରିବାର ଓ ବନ୍ଧୁ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସାମାଜିକ କାର୍ଯ୍ୟକୁ ନେଇ ଆପଣଙ୍କର ପ୍ରଶଂସା ହେବ। କୋର୍ଟ ନିଷ୍ପତ୍ତି ଆପଣଙ୍କ ପକ୍ଷରେ ହେବ।

ଧନୁ: ଶାନ୍ତ ରହି ପ୍ରଥମେ ନିଜର ପ୍ରାଥମିକତା ସ୍ଥିର କରନ୍ତୁ। ନିଜର ବ୍ୟବହାରକୁ ନମ୍ର ରଖନ୍ତୁ। ଦୀର୍ଘ ଦିନରୁ ସ୍ଥଗିତ ଥିବା ସରକାରୀ କାମ ପୂରା ହୋଇଯିବ। ପ୍ରେମ ଜୀବନ ଭଲ ରହିବ।

ମକର: ଦିନଟି ପୂର୍ବ ଅପେକ୍ଷା ଭଲରେ କଟିବ। ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ଅବସର ପାଇବେ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ।

କୁମ୍ଭ: ସୁସ୍ଥ ଅନୁଭବ କରିବେ। ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ। ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ। ବିବାହଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ମୀନ: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ସନ୍ତାନର ସଫଳତା ଯୋଗୁଁ ଖୁସିର ପରିବେଶ ରହିବ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ସମ୍ବନ୍ଧିତ ଖବର