ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ମନ ଆଧ୍ୟାତ୍ମିକ ଭାବନାରେ ମଗ୍ନ ରହିବ। କୌଣସି ନୂଆ କାମ ପାଇଁ ଯୋଜନା କରିବେ। ପ୍ରିୟତମଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।

ବୃଷ: ପ୍ରଭାବଶାଳୀ ଲୋକଙ୍କ ସହଯୋଗରେ ଆପଣଙ୍କର ଉତ୍ସାହ ଦିଗୁଣା ହେବ। ବାକିଥିବା କାମ ପୂରା ହୋଇଯିବ। ସଂପତ୍ତି ବଢ଼ାଇବା ଯୋଜନାରେ ସଫଳ ହେବେ।

ମିଥୁନ: ଅଫିସରେ କୌଣସି ନୂଆ ଦାୟିତ୍ବ ଗ୍ରହଣ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସୁସମ୍ବାଦ ପାଇବେ। ବିବାହ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।

କର୍କଟ: ଭାବିଥିବା କାମ ନିଜ ସାମର୍ଥ୍ୟ ବଳରେ ପୂରା କରିବେ। ସମାଜରେ ମାନ ସମ୍ମାନ ପାଇବେ। ବେକାରଙ୍କ ଲାଗି ଉପାର୍ଜନର ସୁଯୋଗ ଆସିବ।

ସିଂହ: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଜୀବନସାଥୀ କୌଣସି କାରଣରୁ ଆପଣଙ୍କର ପ୍ରଶଂସା କରିବେ। ସୁନା ଅଳଙ୍କାର କିଣିବା ଲାଗି ଭାବିବେ।

କନ୍ୟା: ନୂଆ ଉଦ୍ୟୋଗ ଗଢ଼ିବାର ଯୋଜନା କରିବେ। କାହାରି ସହ କଟୁ ଭାଷାରେ କଥା ହୁଅନ୍ତୁ ନାହିଁ। ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ।

ତୁଳା: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ବିଶେଷ ପ୍ରସଙ୍ଗରେ ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ନେବେ। ଲେଖକ ଓ ସାହିତ୍ୟିକଙ୍କ ଲାଗି ଭଲ ଦିନଟିଏ।

ବିଛା: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, କାମଧନ୍ଦାରେ ଉନ୍ନତି ହେବ। ସରକାରୀ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ଶିକ୍ଷାର୍ଥୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।

ଧନୁ: ଅଫିସରେ ଆପଣଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ିବ। ବିଶେଷ ଖବର ମିଳିବାର ଯୋଗ ଅଛି। ଜୀବନସାଥୀଙ୍କୁ ଭଲ ଉପହାର ଦେବେ।

ମକର: ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। କାହାରି ପ୍ରରୋଚନାରେ ପଡ଼ନ୍ତୁନାହିଁ। ନିହାତି ଦରକାର ନଥିଲେ ଯାତ୍ରା ବାତିଲ କରନ୍ତୁ।

କୁମ୍ଭ: ଜୀବନରେ ଲାଭର ଅବସର ମିଳିବ। ଅଧିକ କାମ କରିବା ଯୋଗୁଁ କ୍ଳାନ୍ତ ଅନୁଭବ କରିବେ। କାହାରି ପ୍ରତି ଆପଣଙ୍କ ମତ ନିଜ ମଧ୍ୟରେ ସୀମିତ ରଖନ୍ତୁ।

ମୀନ: କାମ ପ୍ରତି ଏକାଗ୍ରତା ବଜାୟ ରହିବ। ଅଫିସରେ ସହଯୋଗୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ। ନୂଆ ଲୋକଙ୍କ ସହ ମିଶିବାର ମଉକା ମିଳିପାରେ।

ସମ୍ବନ୍ଧିତ ଖବର