ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ବୃଷ: ଉନ୍ନତି ପାଇଁ କୌଣସି ନୂଆ ସାଧନ ମିଳିବ। ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ। ବେପାରରେ ଯଥେଷ୍ଟ ଲାଭ ହେବ। ଦାମ୍ପତ୍ୟ ଜୀବନ ମଧୁରମୟ ହେବ।

ମିଥୁନ: କାମରେ ଲାଗି ରହିଥିବା ବାଧା ଦୂର ହେବ। ବନ୍ଧୁ ସହଯୋଗର ହାତ ବଢ଼ାଇବେ। ଜୀବନସାଥୀଙ୍କୁ ଉପହାର ଦେବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

କର୍କଟ: ପୂଜାପାଠରେ ସମୟ ବିତିବ। କୌଣସି ସାକ୍ଷାତକାର ଲାଗି ଡାକରା ପାଇବେ। ଘରେ ଖୁସିର ମାହୋଲ ରହିବ। ପ୍ରେମ ଜୀବନ ଭଲ ରହିବ।

ସିଂହ: ଉପରିସ୍ଥ କର୍ମଚାରୀ ଆପଣଙ୍କର ଅଧୁରା କାମ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି। ଧାର ଦେବା ନେବାରୁ ନିବୃତ୍ତ ରହନ୍ତୁ। ଛାତ୍ରଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ।

କନ୍ୟା: ଶୁଭ ଖବର ମିଳିବ। ବ୍ୟବସାୟରେ ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ପରିବାର ଲୋକଙ୍କ ମତ ନିଅନ୍ତୁ। ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ।

ତୁଳା: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। କୌଣସି ସାହାଯ୍ୟକାରୀ ଆପଣଙ୍କର ଭଲ ବନ୍ଧୁ ହୋଇପାରନ୍ତି। ଶିକ୍ଷକ ନିଜର ଛାତ୍ରଙ୍କୁ କିଛି ନୂଆ ଶିଖାଇବେ।

ବିଛା: ବେପାରରେ ବକେୟା ଅର୍ଥ ପାଇବେ। କାର୍ଯ୍ୟକ୍ଷେତ୍ରରେ ମାନ ମର୍ଯ୍ୟାଦା ବଢ଼ିବ। ପ୍ରିୟଜନଙ୍କ ଠାରୁ ସୁସମ୍ବାଦ ପାଇବେ। ରୋଜଗାର ସୁଯୋଗ ମିଳିବ।

ଧନୁ: ନୂଆ କାମ ଆରମ୍ଭ କଲେ ଯଥେଷ୍ଟ ଲାଭ ମିଳିବ। ଖଳ ପ୍ରକୃତିର ଲୋକଙ୍କୁ ସତର୍କ ରୁହନ୍ତୁ। ସାମାଜିକ କାର୍ଯ୍ୟରେ ଭାଗ ନେଇପାରନ୍ତି। ଭଲ ଦାମ୍ପତ୍ୟ ସମୟ କଟିବ।

ମକର: ନିଜ କାମରେ ଧ୍ୟାନ ଦିଅନ୍ତୁ। ଅଧିକ ଭାବୁକ ହେଲେ ଅଶାନ୍ତ ହେବେ। କୌଣସି ନୂଆ କାମ ମିଳିପାରେ। ଶିକ୍ଷାର୍ଥୀଙ୍କୁ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବାକୁ ହେବ।

କୁମ୍ଭ: ଆପଣଙ୍କୁ ଅନଲାଇନ୍‌ ଉପାର୍ଜନ ସୁଯୋଗ ମିଳିବ। ବେକାରଙ୍କ ଲାଗି ଚାକିରି ସୁଯୋଗ ଆସିବ। ଜମିରେ ନିବେଶ ଲାଗି ଦିନଟି ଭଲ। ପ୍ରେମ ଜୀବନ ମଧୁର ହେବ।

ମୀନ: ବ୍ୟବସାୟରେ ସାହସର ସହିତ କାମ କରିବେ। ସହକର୍ମୀଙ୍କ ସାହାଯ୍ୟ ମିଳିବ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।

ସମ୍ବନ୍ଧିତ ଖବର