ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ। ଅଫିସରେ ଆପଣଙ୍କ କାମର ଖୁବ୍ ପ୍ରଶଂସା କରାଯିବ। ଲୋକେ ଆପଣଙ୍କ ଦ୍ବାରା ଯଥେଷ୍ଟ ପ୍ରଭାବିତ ହେବେ।

ବୃଷ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ସମାଜରେ ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ। ଘରର ମୁରବିଙ୍କ ସାହାଯ୍ୟରେ ଆର୍ଥିକ ସ୍ଥିତି ସୁଧୁରିବ।

ମିଥୁନ: ପାରିବାରିକ ସୁଖ ବୃଦ୍ଧି ହେବ। କୌଣସି ବି କାମ ମନ ଲଗାଇ କରନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଶିକ୍ଷକ ନିଜର ଛାତ୍ରଙ୍କୁ କିଛି ନୂଆ ଶିଖାଇବେ।

କର୍କଟ: କ୍ୟାରିୟରରେ ଉନ୍ନତି ଯୋଗ ରହିଛି। ଉପରିସ୍ଥ କର୍ମଚାରୀଙ୍କ ସହିତ ସମ୍ବନ୍ଧ ଭଲ ରଖିବା ପାଇଁ ପ୍ରୟାସ ଫଳଦାୟକ ହେବ। କୌଣସି ବନ୍ଧୁଙ୍କୁ ସାହାଯ୍ୟ କରିବେ।

ସିଂହ: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାର ଉପରେ ଭାବିବା ପାଇଁ ଦିନଟି ଭଲ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କୁ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସଫଳତା ପାଇବେ।

କନ୍ୟା: ବେପାରକୁ ବଢ଼ାଇବା ପାଇଁ ଜୀବନସାଥୀଙ୍କ ସହଯୋଗ ପାଇବେ। ଅଧ୍ୟାପକଙ୍କ ଲାଗି ଦିନଟି ଶୁଭ। ନୂଆ ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ସହକର୍ମୀଙ୍କ ସହଯୋଗ ପାଇବେ।

ତୁଳା: ବୟୋଜ୍ୟେଷ୍ଠଙ୍କ ମତ ନେଇ ନୂଆ ବେପାର କରନ୍ତୁ। ଜୀବନସାଥୀଙ୍କୁ ଉପହାର ଦିଅନ୍ତୁ ସମ୍ବନ୍ଧରେ ମଧୁରତା ଆସିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ହେବ।

ବିଛା: କୌଣସି ବିଶେଷ କାମରେ ବନ୍ଧୁର ସହଯୋଗ ପାଇବେ। ଚାକିରିରେ ପଦୋନ୍ନତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କୁ କୌଣସି ନୂଆ ଵ ପ୍ରକଳ୍ପ ମିଳିବ।

ଧନୁ: ବ୍ୟବସାୟୀଙ୍କ ଲାଗି ଦିନଟି ସ୍ବାଭାବିକ ରହିବ। ବକେୟା ଅର୍ଥ ପାଇବେ। ସନ୍ତାନ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଘରୋଇ କାମରେ ମହିଳାମାନଙ୍କର ଦାୟିତ୍ବ ବଢ଼ିବ।

ମକର: କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ମତ ନେଇ କାମ ଆରମ୍ଭ କରନ୍ତୁ, ସୁଫଳ ପାଇବେ। ଜୀବନସାଥୀଙ୍କ ସହିତ ମନାନ୍ତର ହୋଇପାରେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

କୁମ୍ଭ: ଆପଣ ଭାଗ୍ୟର ପୂରା ସହଯୋଗ ପାଇବେ। ବେପାର ବୃଦ୍ଧି ପାଇଁ ଦିନଟି ଅନୁକୂଳ। ପୁରୁଣା ବନ୍ଧୁଙ୍କୁ ମନେ ପକାଇପାରନ୍ତି। ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ।

ମୀନ: କୌଣସି କାମ ତରବରିଆରେ ନକରି ଧୈର୍ଯ୍ୟ ଓ ସଂଯମରେ କରନ୍ତୁ। ନିହାତି ଆବଶ୍ୟକତା ନଥିଲେ ଦୂରଯାତ୍ରା ପରିହାର କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

ସମ୍ବନ୍ଧିତ ଖବର