publive-image

Advertisment

ମେଷ: ପରିବାର ଲୋକଙ୍କ ସହ ଯଥେଷ୍ଟ ସମୟ ଅତିବାହିତ କରିବେ। ଭାବିଥିବା ସବୁ କିଛି ଆପଣଙ୍କ ମନ ମୁତାବକ ହୋଇନପାରେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବହୁତ ଭଲ। ‌

publive-image

ବୃଷ: ଯେଉଁ କାମ ପୂରା କରିବାକୁ ଭାବିବେ ସେଥିରେ ବାଧା ଆସିପାରେ। ଘରୋଇ ସାମଗ୍ରୀ କିଣିବା ଲାଗି ବଜାରକୁ ଯିବେ। ପୁରୁଣା ବନ୍ଧୁଙ୍କ ଘରକୁ ଯିବା ଲାଗି ଭାବିପାରନ୍ତି।

publive-image

ମିଥୁନ: ଭାବିଥିବା କାମ ବନ୍ଧୁ ସହାୟତାରେ ପୂରା ଯିବ। ସଂପର୍କୀୟ ଠାରୁ ବହୁତ ଭଲ ଖବର ପାଇବେ। ବେପାରରେ ଉନ୍ନତି ହେବ। ଅଚାନକ ଧନଲାଭ ହେବ। ପ୍ରେମରେ ସଫଳତା ପାଇବେ।

publive-image

କର୍କଟ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ କାମ ସହଜରେ ସଂପୂର୍ଣ୍ଣ ହେବ। କୌଣସି ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ପ୍ରେମୀ ଯୁଗଳ ପରସ୍ପରର ଭାବନାକୁ ସମ୍ମାନ କରିବେ।

publive-image

ସିଂହ: ଆପଣଙ୍କ ଚେଷ୍ଟା ସଂପୂର୍ଣ୍ଣ ରୂପେ ସଫଳ ହେବ। କୌଣସି କଥାକୁ ନେଇ ମନରେ ଶଙ୍କା ଦୂର ହେବ। ପରିବାର ତଥା ସମାଜ ଲୋକ ଆପଣଙ୍କ ଲାଗି ବହୁତ ସାହାଯ୍ୟକାରୀ ହେବେ।

publive-image

କନ୍ୟା: ମନରେ ନୂଆ ନୂଆ ବିଚାର ଆସିବ। ସାଥିରେ କାମ କରୁଥିବା ଲୋକଙ୍କ ପ୍ରଶଂସାରେ ଲାଭ ହେବ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। ଧନଲାଭର ବଡ଼ ମଉକା ପାଇବେ।

publive-image

ତୁଳା: ଇଂଜିନିୟରଙ୍କ ଲାଗି ଦିନଟି ଲାଭଦାୟକ ରହିବ। କୌଣସି ଉଦ୍ୟୋଗରେ ଚାକିରି ଲାଗି ଡାକରା ଆସିପାରେ। କୌଣସି ବ୍ୟକ୍ତିଙ୍କ ସଂପର୍କରେ ଭ୍ରାନ୍ତ ଧାରଣା ହେବ।

publive-image

ବିଛା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର ଅବସର ପାଇବେ। ସୁସମ୍ବାଦ ପାଇବେ। ଅଧୁରା କାମ ପୂରା ହେବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

publive-image

ଧନୁ: ଦିନଟି ପୂର୍ବାପେକ୍ଷା ଭଲ ରହିବ। ବ୍ୟବସାୟ ସମାରୋହରେ ସାମିଲ ହେବାର ମଉକା ମିଳିବ। ଅଫିସରେ ବଡ଼ ଦାୟିତ୍ବ ମିଳିପାରେ। ପରିଶ୍ରମ ବଳରେ କାମ ସଂପୂର୍ଣ୍ଣ କରିବେ।

publive-image

ମକର: ଆପଣଙ୍କ ବିଚାର ଶୁଣିବାକୁ ଲୋକେ ଉତ୍ସୁକ ହେବେ। ପାଖଲୋକ ଠାରୁ ଖୁସି ଖବର ପାଇବେ। ଭାବିଥିବା କାମ ପୂରା କରିବାକୁ ଚେଷ୍ଟା କରିବେ। ପାରିବାରିକ ଜୀବନରେ ସୁଖୀ ରହିବେ।

publive-image

କୁମ୍ଭ: ମନର ଇଚ୍ଛା ପୂରା ହେବ। ଉଜ୍ଜ୍ବଳ ଭବିଷ୍ୟତ ଲାଗି ନୂଆ ପଦକ୍ଷେପ ନେବେ। ଆର୍ଥିକ ମାମଲାରେ ଲାଭ ହେବ। ଶତ୍ରୁମାନେ କ୍ଷତି କରିବାକୁ ବିଫଳ ପ୍ରୟାସ କରିବେ।

publive-imageମୀନ: ଚାକିରି ଖୋଜୁଥିବା ଲୋକ ଭଲ ଖବର ପାଇପାରନ୍ତି। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। କୌଣସି ନୂଆ କାହାଣୀ ଲେଖିବା ପାଇଁ ମନରେ ନୂଆ ବିଷୟ ଆସିବ।