ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ଚାକିରିଜୀବୀଙ୍କୁ କାମରେ ସଫଳତା ହାସଲ ହେବ। ଅନ୍ତରଙ୍ଗ ବନ୍ଧୁଙ୍କୁ କୌଣସି ଉପହାର ଦେଇପାରନ୍ତି।

ବୃଷ: ପରିବାରରେ ଲାଗି ରହିଥିବା ଝଗଡ଼ା ଦୂର ହେବ। ବିୟୁଟି ପାର୍ଲରରେ କାମ କରୁଥିବା ଲୋକଙ୍କୁ ଲାଭ ହେବ। ବିଜ୍ଞାନ ଛାତ୍ର ଲେଖାପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ।

ମିଥୁନ: ଭାଇ ସହିତ ସମ୍ବନ୍ଧ ମଜଭୁତ ହେବ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ପ୍ରଶଂସା ମିଳିବ। ବ୍ୟାଙ୍କ ଚାକିରିଆଙ୍କର ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସଂପୂର୍ଣ୍ଣ ହେବ।

କର୍କଟ: ଫେସନ ଡିଜାଇନରଙ୍କ ମସ୍ତିଷ୍କରେ କିଛି ନୂଆ ଡିଜାଇନ୍‌ ଆସିବ। ଜୀବନସାଥୀ ସହ ଭଲ ସମୟ ବିତାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ପ୍ରେମ ସମ୍ବନ୍ଧ ମଧୁର ହେବ।

ସିଂହ: ଦୀର୍ଘ ଦିନର ଅଧୁରା କାମ ଘର ଲୋକଙ୍କ ସାହାଯ୍ୟରେ ସଂପୂର୍ଣ୍ଣ ହେବ। ପାରିବାରିକ ଜୀବନ ସୁଖକର ହେବ। ଗୃହିଣୀମାନେ ଘରେ କିଛି ନୂଆ ବ୍ୟଞ୍ଜନ ତିଆରି କରିବେ।

କନ୍ୟା: ଦିନଟି ସକାରାତ୍ମକ ରହିବ। ‌ଚାକିରି ବୃତ୍ତିରେ ମନମୁତାବକ ଫଳ ପାଇବେ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ। ଡାକ୍ତରୀ ଛାତ୍ର ବରିଷ୍ଠଙ୍କ ସାହାଯ୍ୟ ପାଇବେ।

ତୁଳା: ସୁସମ୍ବାଦ ପାଇବେ। କାରବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇପାରିବେ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ।

ବିଛା: ଦୀର୍ଘ ଦିନର ଆଶା ପୂରଣ ହେବ। ଲୁଗା ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ହେବ। ଓକିଲଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସୁଫଳ ମିଳିବ।

ଧନୁ: ସାମାଜିକ କାର୍ଯ୍ୟରେ ଭାଗ ନେବେ। ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ବ୍ୟବସାୟରେ ଲାଭ ପାଇବେ। କଂପ୍ୟୁଟର ଛାତ୍ରୀଙ୍କ ଲାଗି ଦିନଟି ଭଲ।

ମକର: ନୂଆ କାମ କରିବାକୁ ଉତ୍ସୁକ ଥିଲେ ବଡ଼ଙ୍କ ପରାମର୍ଶ ନେଇ କରନ୍ତୁ, ଫଳପ୍ରଦ ହେବ। ବେପାରରେ ଅଚାନକ ଧନଲାଭ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କୁମ୍ଭ: ପରିବାରରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ କରିବାରେ ସଫଳ ରହିବେ। ପ୍ରତିଷ୍ଠା ବୃଦ୍ଧି ଲାଗି ସୁଯୋଗ ପାଇବେ। ଅନ୍ତରଙ୍ଗ ବନ୍ଧୁ ଦେଖା କରିବାକୁ ଆସିପାରନ୍ତି।

ମୀନ: ଆପଣ ନିଜର ନିତିଦିନିଆ କାର୍ଯ୍ୟସୂଚୀ ପରିବର୍ତ୍ତନ କରିପାରନ୍ତି। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବା ଦୃଷ୍ଟି ଗୋଚର ହେବ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ।

ସମ୍ବନ୍ଧିତ ଖବର