ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: କୌଣସି ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି କିଛି ଉପହାର ଦେବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ‌

 

ବୃଷ: କ୍ୟାରିୟରରେ ଉନ୍ନତି ପାଇଁ ରାସ୍ତା ଖୋଲିବ। ପ୍ରେମ ସମ୍ବନ୍ଧ ସୁଦୃଢ଼ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ। ରାଜନୀତିରେ ଆର୍ଥିକ ଲାଭ ହେବ। ଭୂସଂପତ୍ତି କିଣିବାର ଯୋଗ ରହିଛି।‌

ମିଥୁନ: ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବା ଲାଗି ଅବସର ପାଇବେ। ବିବାହ ପାଇଁ ପ୍ରସ୍ତାବ ଆସିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସ କାମରେ ସମସ୍ତଙ୍କ ସହଯୋଗ ପାଇବେ।‌

କର୍କଟ: ପରିବାର ଲୋକଙ୍କ ସହ ଅଧିକ ସମୟ କାଟିବାର ଅବସର ପାଇବେ। ଚାକିରିରେ ପଦୋନ୍ନତିର ସମ୍ଭାବନା ଅଛି। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ।

ସିଂହ: ଅଚାନକ ଏମିତି କିଛି ହାସଲ କରିବେ ଯାହା ପାଇଁ ଦୀର୍ଘ ଦିନରୁ ଅପେକ୍ଷା କରିଥିଲେ। ଆପଣଙ୍କ କାମ ପ୍ରତ୍ୟେକ ଜାଗାରେ ପ୍ରଶଂସିତ ହେବ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଲାଭ ମିଳିବ।

କନ୍ୟା: କୋର୍ଟ କଚେରିର ଫଇସଲା ଆପଣଙ୍କ ପକ୍ଷରେ ଆସିବ। କାହାରିକୁ ଧାର ଦିଅନ୍ତୁ ନାହିଁ। ଆର୍ଥିକ ରୂପେ ସୁଦୃଢ଼ ହେବା ଦିଗରେ ସଫଳ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

 

ତୁଳା: ଛୋଟଛୋଟ କଥାରେ ଖୁସି ଖୋଜିପାଇବାରେ ସଫଳ ହେବେ। ଭୂସଂପତ୍ତି ବିବାଦର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିବ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ପ୍ରତିଭାର ପ୍ରଶଂସା କରିବେ।

ବିଛା: ଆପଣ ଗୌରବାନ୍ବିତ ଅନୁଭବ କରିବେ। ଆପଣଙ୍କ କଳାତ୍ମକ କ୍ଷମତାର ବିକାଶ ହେବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଓକିଲଙ୍କ ଲାଗି ଦିନଟି ବହୁତ ଭଲ।

 

ଧନୁ: କାର୍ଯ୍ୟକ୍ଷେତ୍ରରେ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ହେବ। ଅଳଙ୍କାର ବ୍ୟବସାୟୀ ସାବଧାନତା ଅବଲମ୍ବନ କରନ୍ତୁ। ଭାବନାତ୍ମକ ଭାରସାମ୍ୟ ବଜାୟ ରଖିବାକୁ ଚେଷ୍ଟା କରିବେ।

 

ମକର: ଚାକିରିଆ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। କୌଣସି ବଡ଼ ଚୁକ୍ତି କରିବା ପୂର୍ବରୁ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ପ୍ରଯୁକ୍ତି ବିଜ୍ଞାନ ଓ ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ।

 

କୁମ୍ଭ: ଧନ ସମ୍ବନ୍ଧୀୟ ଚିନ୍ତାର ସମାଧାନ ବାହାର କରିନେବେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ନିଜକୁ ସକ୍ଷମ କରିବା ଦିଗରେ ଫଳପ୍ରଦ ନିଷ୍ପତ୍ତି ନେବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମୀନ: ଦିନଟି ଆପଣଙ୍କ ଲାଗି ଆଶାଠୁଁ ଅଧିକ ଭଲ ରହିବ। ଉଚିତ ମାର୍ଗରେ ଆଗକୁ ବଢ଼ି ଚାଲିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ବାପାଙ୍କ ସାହାଯ୍ୟ ମିଳିବ।

ସମ୍ବନ୍ଧିତ ଖବର