ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ବନ୍ଧୁମାନଙ୍କ ସହ ମଉଜମସ୍ତିରେ ସମୟ ଅତିବାହିତ କରିବେ। କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବ୍ୟବସାୟରେ ଆପଣଙ୍କୁ ଲାଭ ହେବ। ‌

 

ବୃଷ: ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ଆପଣ କୌଣସି ବଡ଼ ଖୁସି ଖବର ପାଇବେ। ସବୁ ବାକି କାମ ପୂରା ହେବ। ସୁଖପୂର୍ଣ୍ଣ ଭ୍ରମଣର ଯୋଗ ରହିଛି। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷିତ ହେବ। ‌

ମିଥୁନ: ଅଫିସ କାମ ପୂରା କରିବା ଲାଗି ନୂଆ ଯୋଜନା କରିବେ। ଅନ୍ୟମାନଙ୍କ ଆଗରେ ନିଜର କଥା ଭଲଭାବେ ରଖି ପାରିବେ। ସନ୍ତାନ ପକ୍ଷରୁ ଖୁସି ପାଇବେ।‌

କର୍କଟ: ଭଲ କଂପାନିରେ ଚାକିରିର ସୁଯୋଗ ମିଳିବ। ପିଲାଙ୍କ ସହ ଖୁସିର ମୁହୂର୍ତ୍ତ କଟାଇବେ। ଅଫିସରେ ଅଧିକାରୀମାନଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ପାଇବେ।

ସିଂହ: ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଆମଦାନି ବୃଦ୍ଧି ପାଇଁ ଚିନ୍ତା କରନ୍ତୁ। କୌଣସି କାମରେ ଅଧିକ ଯା’ଆସ କରିବାକୁ ପଡ଼ିପାରେ।

କନ୍ୟା: କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

 

ତୁଳା: କୌଣସି ଆପଣାର ଲୋକଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ବାପା ମାଆଙ୍କର ସଂପୂର୍ଣ୍ଣ ସାହାଯ୍ୟ ପାଇବେ।

ବିଛା: ନୂଆ ଉତ୍ସରୁ ଧନପ୍ରାପ୍ତି ହୋଇପାରେ। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ବହୁତ ଭଲ ରହିବ। ପ୍ରତିଯୋଗିତମୂଳକ ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ।

 

ଧନୁ: ଦିନଟି ବ୍ୟସ୍ତତାରେ କଟିବ। କିଛି ମାମଲାରେ ଭାବପ୍ରବଣ ହେବେ। ଅଫିସରେ ପରିବେଶ ଭଲ ରହିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

 

ମକର: ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି। ସାମାଜିକ ପରିସର ବୃଦ୍ଧି ହେବ। ନୂଆ ଘର କିଣିବା ଲାଗି ଯୋଜନା କରିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ହେବ।

 

କୁମ୍ଭ: ନୂଆ ଲୋକଙ୍କ ସହ ସାକ୍ଷାତରେ ଆପଣଙ୍କୁ ଲାଭ ହେବ। ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ସରସତା ବଜାୟ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ମୀନ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ କଥା ଆପଣଙ୍କ କ୍ୟାରିୟରର ଦିଶାକୁ ବଦଳାଇ ଦେବ। କାରବାର କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ।

ସମ୍ବନ୍ଧିତ ଖବର