ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠରେ ସମୟ ବିତିବ। ଭାଇଙ୍କ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରିବେ। ଅର୍ଥ ଦିଆନିଆ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ବୃଷ: ବ୍ୟବସାୟ ସଂପର୍କିତ ଯୋଜନା ଆକର୍ଷଣୀୟ ରୂପ ନେବ। କଥାବାର୍ତ୍ତା ବେଳେ ଅପର ପକ୍ଷର କଥା ଭଲଭାବେ ଶୁଣନ୍ତୁ। ଆର୍ଥିକ ମାମଲାରେ ବନ୍ଧୁଙ୍କ ସାହାଯ୍ୟ ନେବେ।

ମିଥୁନ: ଜୀବନସାଥୀର ସମର୍ଥନ ଆପଣଙ୍କ ପ୍ରେମକୁ ଆହୁରି ମଜଭୁତ କରିବ। ଆପଣ ନିଜକୁ ଶକ୍ତଶାଳୀ ଅନୁଭବ କରିବେ। ବନ୍ଧୁ ସହ ଆପଣଙ୍କ ମନ ପସନ୍ଦ ଜାଗାକୁ ବୁଲି ଯିବେ।

କର୍କଟ: ଆପଣ ଆଜି କାହାରିକୁ ସାହାଯ୍ୟ କରିବେ। କାରବାର ଲାଗି ଅଭିଜ୍ଞ ବ୍ୟକ୍ତିଙ୍କ ସହ ବିଚାର ବିମର୍ଶ କରନ୍ତୁ। ଆପଣଙ୍କ ଆୟ ବୃଦ୍ଧି ହେବାର ପ୍ରବଳ ସମ୍ଭାବନା ଅଛି।

ସିଂହ: ନିଜ ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହେବ। କୌଣସି କାମକୁ ନେଇ ଜିଦ୍ କଲେ କାମ ବିଗିଡ଼ି ପାରେ। ଶୁଭ ଖବର ପାଇବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

କନ୍ୟା: ଦିନଟି ଖୁସି ଭରା ରହିବ। କଠିନ କାମ ସହଜରେ ସଂପୂର୍ଣ୍ଣ କରିବେ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ଯୋଗ ଅଛି। ରାଜନୀତିରେ ବଡ଼ ଲୋକଙ୍କ ସହ ମିଳାମିଶା ବଢ଼ିବ। ଭଲ ସ୍ବାସ୍ଥ୍ୟ ପାଇଁ ସ୍ବଳ୍ପ ସମୟ ବାହାର କରନ୍ତୁ।

ବିଛା: ଆପଣଙ୍କ ଚତୁରତା ଲାଗି ବ୍ୟବସାୟ ବଢ଼ିବ। ପିଲାଙ୍କ ଦାୟିତ୍ବ ପୂରା କରିବା ପାଇଁ ସମୟ ଉପନୀତ। ରଙ୍ଗମଞ୍ଚରେ କୌଶଳ ଦେଖାଇ ବଡ଼ ଉପଲବ୍‌ଧି ହାସଲ କରିବେ।

ଧନୁ: ବାଣୀ ଉପରେ ନିୟନ୍ତ୍ରଣ ରଖିଲେ ସଫଳତା ମିଳିବ। ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ଜୀବନରେ କୌଣସି ବଡ଼ ନିଷ୍ପତ୍ତି ନେବେ। ଘରକୁ କୁଣିଆ ଆସିବେ।

ମକର: ଆପଣଙ୍କୁ ଆହ୍ବାନପୂର୍ଣ୍ଣ କାମର ଦାୟିତ୍ବ ମିଳିବ। ଚାକିରିରେ ପଦୋନ୍ନତି ସହ ଆୟ ବୃଦ୍ଧି ହେବ। ବ୍ୟବସାୟରେ ନୂଆ ଅଭିଜ୍ଞତା ହାସଲ କରିବେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ମିଶ୍ରିତ ପରିଣାମ ପାଇବେ। ଜୀବନସାଥୀଙ୍କ ଦୃଷ୍ଟିକୋଣ ବୁଝି ବ୍ୟକ୍ତିଗତ ସମସ୍ୟା ସମାଧାନ କରିବେ। ରୋଷେଇ ପାଇଁ ଜରୁରୀ ଜିନିଷ କିଣିବେ।

ମୀନ: କାହାରି ସହିତ ଶୀଘ୍ର ବନ୍ଧୁତା କରନ୍ତୁ ନାହିଁ। ଥଟ୍ଟା ମଜାକୁ ନେଇ ନାରାଜ ହୁଅନ୍ତୁ ନାହିଁ। କୌଣସି ଗୁପ୍ତ ରହସ୍ୟ ଜାଣି ପାରବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ।

ସମ୍ବନ୍ଧିତ ଖବର