ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସକାରାତ୍ମକ ବିଚାରରେ ଅଧିକ ସମୟ ମଗ୍ନ ରହିବେ। ପାରିବାରିକ ଜୀବନ ଆନନ୍ଦମୟ ହେବ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ଘର ଖର୍ଚ୍ଚ ବଢ଼ିବାର ସମ୍ଭାବନା ଅଛି। ‌

ବୃଷ: ଘରୋଇ କାମକୁ ନେଇ ବଡ଼ ଫଇସଲା କରିପାରନ୍ତି। ଦାୟିତ୍ବ ପୂରା କରିବା ଯୋଗୁଁ ଖୁବ୍ ପ୍ରଶଂସା ପାଇବେ। ଆପଣଙ୍କ ଜ୍ଞାନ ଓ ଶିଷ୍ଟାଚାରରେ ଲୋକେ ଯଥେଷ୍ଟ ପ୍ରଭାବିତ ହେବେ। ‌

ମିଥୁନ: ସବୁ କାମ ମନ ମୁତାବକ ପୂରା ହେବ। ସହକର୍ମୀଙ୍କ ସହଯୋଗ ପାଇବେ। ବନ୍ଧୁଠାରୁ ଆର୍ଥିକ ସହଯୋଗ ମିଳିବ। ରାଜନେତାଙ୍କର ସମାଜରେ ପ୍ରଭାବ ବଢ଼ିବ।‌

କର୍କଟ: କାରବାରରେ ଅଧିକ ଲାଭ ହେବ। କୌଣସି ପ୍ରକାର ଫଇସଲା କରିବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। କୋଚିଂ ସଂଚାଳକ କାର୍ଯ୍ୟରେ ପରିବର୍ତ୍ତନ କରନ୍ତୁ, ଲାଭ ହେବ।

ସିଂହ: ସକାରାତ୍ମକ ଭାବନାରେ କାମ ଆରମ୍ଭ କରିବେ। ପରିଶ୍ରମର ଫଳ ପାଇବେ। ଶତ୍ରୁ ପରାସ୍ତ ହେବେ। ଧନଲାଭର ନୂଆ ମାର୍ଗ ଖୋଲିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

କନ୍ୟା: ସାମାଜିକ ଗଣମାଧ୍ୟମରେ ସହଯୋଗ ଦେବେ। ଜମି ଦଲାଲ ବକେୟା ଅର୍ଥ ପାଇବେ। ପ୍ରେମୀ ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ବାସ ବଢ଼ିବ। ଛାତ୍ରଙ୍କର ମନ ପାଠପଢ଼ାରେ ଲାଗିବ।

ତୁଳା: ବକେୟା ଅର୍ଥ ପାଇବେ। ସଫଳତାର ନୂଆ ମଉକା ମିଳିିବ। ପ୍ରେମ ସଂପର୍କ ବୃଦ୍ଧି ହେତୁ ମନ ଖୁସି ରହିବ। ସାହିତ୍ୟ ଆଦିରେ ରୁଚି ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।

ବିଛା: ବ୍ୟବସାୟରେ ଆଗକୁ ବଢ଼ିବା ଲାଗି ନୂଆ ମଉକା ପାଇବେ। ବାପାଙ୍କ ଠାରୁ କିଛି ଭଲ କଥା ଶିଖିବେ। ବ୍ୟବସାୟରେ ଲାଭ ଆଣିବା ଭଳି ବ୍ୟକ୍ତିଙ୍କ ସହ ବନ୍ଧୁତା ହେବ।

ଧନୁ: ମନରେ ସକାରାତ୍ମକ ଭାବନା ରହିବ। ଜୀବନସାଥୀଙ୍କୁ ଅଧିକ ସମୟ ଦେଲେ ମଧୁରତା ବଢ଼ିବ। କୃଷିଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। କଂପ୍ୟୁଟର ଛାତ୍ର କିଛି ନୂଆ ଶିଖିବେ।

ମକର: ଚାହୁଁଥିବା ସବୁ କିଛି ହାସଲ ହୋଇପାରେ। ଆଖପାଖର ଲୋକଙ୍କ ମଧ୍ୟରେ ପ୍ରଭାବ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶିକ୍ଷାର୍ଥୀଙ୍କୁ ପରିଶ୍ରମର ସଫଳତା ମିଳିବ।

କୁମ୍ଭ: ଅଫିସରେ ଜରୁରୀ କାମରେ ବରିଷ୍ଠ ଆପଣଙ୍କୁ ସାହାଯ୍ୟ କରିବେ। ସଙ୍ଗୀତପ୍ରିୟ ଲୋକଙ୍କ ଲାଗି ଦିନଟି ଭଲ। ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ମଉକା ପାଇବେ।

ମୀନ: ଦିନଟି ଆତ୍ମବିଶ୍ବାସ ଓ ଆଶା ଭରା ରହିବ। ନିର୍ଦ୍ଧାରିତ ସମୟରେ କାମ ପୂରା ହୋଇଯିବ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ। ଛାତ୍ରୀମାନେ ଲେଖାପଢ଼ାରେ ମନ ଦିଅନ୍ତୁ।

ସମ୍ବନ୍ଧିତ ଖବର