ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାରାଦିନ ମନରେ ପ୍ରସନ୍ନତା ରହିବ। ସରକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ। ଜମି ଦଲାଲଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ।

ବୃଷ: ଲେଖକଙ୍କ ବିଚାର ସମ୍ମାନିତ ହେବ। ପ୍ରିୟ ବନ୍ଧୁ ସହ ସାକ୍ଷାତ ହୋଇପାରେ। ସାମାଜିକ ସଂଗଠନରେ ଥିବା ଲୋକଙ୍କୁ ସମାଜରେ ପଦ ଓ ପ୍ରତିଷ୍ଠା ମିଳିବ।

ମିଥୁନ: ଆପଣଙ୍କ ମନ ଆନନ୍ଦିତ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। କୌଣସି ଧାର୍ମିକ କାର୍ଯ୍ୟ କରିବାର ମଉକା ପାଇବେ।

କର୍କଟ: ଆପଣ ଚିନ୍ତା ମୁକ୍ତ ରହିବେ। ଚାକିରିଆଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି। ପାରିବାରିକ ଜୀବନ ସୁଖକର ହେବ। ବାଣିଜ୍ୟ ଛାତ୍ର କିଛି ନୂଆ ଶିଖିବେ।

ସିଂହ: କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମ୍ନା କରିବାକୁ ପଡ଼ିପାରେ। ଘର କାମରେ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ।

କନ୍ୟା: ବଡ଼ଙ୍କ ପରାମର୍ଶ ନେଲେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟ ବିସ୍ତାର କରିବେ। ଅଫିସ କାମରେ ବ୍ୟସ୍ତ ରହିପାରନ୍ତି। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ।

ତୁଳା: ଭାବିଥିବା କାମ ଅତିଶୀଘ୍ର ସଂପୂର୍ଣ୍ଣ କରିଦେବେ। ଅନ୍ୟମାନେ କଥା କହୁଥିବା ବେଳେ କିଛି କହନ୍ତୁ ନାହିଁ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଉତ୍ତମ।

ବିଛା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଉଚ୍ଚ ପଦବି ମିଳିପାରେ। ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ଜମିରେ ନିବେଶ କରନ୍ତୁ, ଯଥେଷ୍ଟ ଲାଭ ହେବ।

ଧନୁ: ବ୍ୟବସାୟ ମାନ୍ଦା ଧରିପାରେ। କୌଣସି କଥାକୁ ନେଇ ଚିନ୍ତିତ ଥିଲେ ସାଥୀଙ୍କୁ ଜଣାନ୍ତୁ, ମନ ହାଲୁକା ହେବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

ମକର: ସି‌ନେ କାଳକାରଙ୍କ ଲାଗି ଭଲ ଦିନଟିଏ। ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।

କୁମ୍ଭ: ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଜମି କିଣିବା ଲୋକଙ୍କୁ ଲାଭ ହେବ। ଘରେ ଧାର୍ମିକ ଆୟୋଜନ କରିପାରନ୍ତି।

ମୀନ: ସଙ୍ଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀଙ୍କୁ ପ୍ରସିଦ୍ଧି ମିଳିବ। ବେପାର ଆରମ୍ଭ କରିବା ଲାଗି ଦିନଟି ଭଲ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।

ସମ୍ବନ୍ଧିତ ଖବର