publive-image

Advertisment

ମେଷ: ଆପଣ ସକାରାତ୍ମକ ରହିବେ। ମନରେ ନୂଆ ଆଶା ଜାଗ୍ରତ ହେବ। ଇଲେକ୍ଟ୍ରୋନିକ୍‌ ସାମଗ୍ରୀ କିଣି ପାରନ୍ତି। ବିଦ୍ୟାର୍ଥୀ ଭଲ କ୍ୟାରିୟର ପାଇଁ ଅଧିକ ପରିଶ୍ରମ କରିବେ।

publive-image

ବୃଷ: ଦୀର୍ଘ ଦିନର ଅଧୁରା କାମ ପୂରା ହୋଇଯିବ। ଲୋକେ ଆପଣଙ୍କ କାର୍ଯ୍ୟରେ ପ୍ରଭାବିତ ହେବେ। ଛାତଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ। ‌

publive-image

ମିଥୁନ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ସୂଚନା ମିଳିବ।

publive-image

କର୍କଟ: ଉପରିସ୍ଥ କର୍ମଚାରୀଙ୍କ ସହ ଭଲ ସମ୍ବନ୍ଧ ବନାଇ ରଖନ୍ତୁ। କ୍ୟାରିୟରରେ ଉନ୍ନତିର ଯୋଗ ଅଛି। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ। ବିଦ୍ୟାର୍ଥୀ ପଢ଼ାରେ ବ୍ୟସ୍ତ ରହିବେ। ‌

publive-image

ସିଂହ: ଆପଣଙ୍କୁ ନିଜ ଲୋକଙ୍କ କଥା ଖରାପ ଲାଗିପାରେ। ଅଚାନକ ଏଭଳି କିଛି ହାସଲ ହେବ ଯାହା ବହୁ ଦିନରୁ ଖୋଜୁଥିଲେ। ଜୀବନସାଥୀଙ୍କୁ ଉପହାର ଦେବେ।

publive-image

କନ୍ୟା: ଶତ୍ରୁ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଲାଭର ମଉକା ହାତଛଡ଼ା କରନ୍ତୁ ନାହିଁ। ଅଫିସରେ ଜରୁରୀ କାମ ସଂପୂର୍ଣ୍ଣ କରିବାରେ ପୂର୍ବ କଂପାନିର ଅନୁଭବ କାମରେ ଆସିବ।

publive-image

ତୁଳା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ଅବିବାହିତ କନ୍ୟା ଲାଗି ଦିନଟି ଭଲ। ଜମିର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ।

publive-image

ବିଛା: ଯେକୌଣସି କ୍ଷେତ୍ରରେ ନିବେଶ ଲାଗି ଭଲ ଦିନଟିଏ। କାରବାରରେ ବନ୍ଧୁ ବା ପରିବାର ଲୋକଙ୍କର ସାହାଯ୍ୟ ପାଇବେ। ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

publive-image

ଧନୁ: ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ନିଜର ରଚନାତ୍ମକ କ୍ଷମତାର ପ୍ରୟୋଗ କରିବେ। ଅଧ୍ୟାପକଙ୍କ ଲାଗି ଭଲ ଦିନଟିଏ। କୌଣସି କଲେଜରେ ବକ୍ତୃତା ଦେବା ପାଇଁ ନିମନ୍ତ୍ରଣ ପାଇବେ।

publive-image

ମକର: ବେପାରରେ ଆଗକୁ ବଢ଼ିବା ଲାଗି ବାପାଙ୍କର ସାହାଯ୍ୟ ପାଇବେ। ଶତ୍ରଙ୍କୁ ପରାସ୍ତ କରିବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ହେବ।

publive-image

କୁମ୍ଭ: ଧାର୍ମିକ ସମାରୋହରେ ସାମିଲ ହେବାର ସୁଯୋଗ ପାଇବେ। ପେସାଦାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ଖୁସି ଖବର ପାଇବେ।

publive-imageମୀନ: ପୂରା ଦିନ ନୂଆ ଶକ୍ତିରେ ପୂର୍ଣ୍ଣ ରହିବେ। ବନ୍ଧୁ ସହ ଲାଗିରହିଥିବା ତିକ୍ତତା ମଧୁରତାରେ ବଦଳିଯିବ। ବ୍ୟବସାୟରେ ନୂଆ ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇବେ।