ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଦୀର୍ଘ ଦିନର ବାକିଥିବା କାମ ପୂରା ହେବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ସନ୍ଧ୍ୟାରେ ପରିବାର ସହ ସମୟ ଅତିବାହିତ କରିବେ। ପ୍ରେମ ଜୀବନ ଭଲ ରହିବ।

 

ବୃଷ: ଆପଣଙ୍କ ଲାଗି ଦିନଟି ଲାଭଦାୟକ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବନ୍ଧୁ ଠାରୁ ଫୋନରେ ଭଲ କଥା ଶୁଣିବେ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।

ମିଥୁନ: ଘର କାମ ନିର୍ଦ୍ଧାରିତ ସମୟରେ ସରିବ। ସାମାଜିକ କାର୍ଯ୍ୟରେ ସାହାଯ୍ୟ କରିବେ। ଅଦାଲତ ମାମଲାରେ ଓକିଲଙ୍କ ପରାମର୍ଶ ନିଅନ୍ତୁ। ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। ‌

କର୍କଟ: ଦିନଟି ଆପଣଙ୍କ ଲାଗି ଉତ୍ସାହଭରା ରହିବ। ଦୀର୍ଘ ଦିନର ବାକି କାମ ବନ୍ଧୁ ମାଧ୍ୟମରେ ପୂରା ହେବ। ସହକର୍ମୀ ଆପଣଙ୍କର ଅଧିକ ଘନିଷ୍ଠ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

ସିଂହ: କାର୍ଯ୍ୟ ପୂରା କରିବା ପାଇଁ ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ଧନଲାଭର ଯୋଗ ଅଛି। ପାରିବାରିକ କାମରେ ଦୂର ସ୍ଥାନକୁ ଯିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

କନ୍ୟା: ଆପଣ ମନ ମୁତାବକ ଫଳ ପାଇବେ। କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହେବେ। ପଦୋନ୍ନତିର ଯୋଗ ଅଛି। ମହିଳାମାନେ ନିଜ ଚେହେରାର ଯତ୍ନ ନେବାରେ ବ୍ୟସ୍ତ ରହିବେ।

 

ତୁଳା: କାହାରି ସହିତ କଟୁ ଭାଷାରେ କଥା ହୁଅନ୍ତୁ ନାହିଁ। ଆର୍ଥିକ ଲାଭ ଯୋଗ ଅଛି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ବିଜ୍ଞାନ ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ବିଛା: ଭାଇ ସହିତ ସମ୍ବନ୍ଧ ମଜଭୁତ ହେବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ରାଜନୀତିରେ ସଫଳତା ପାଇବେ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

 

ଧନୁ: ସଫଳତାର ନୂଆ ଉଚ୍ଚତା ହାସଲ କରିବେ। କଳାକାରଙ୍କ ଲାଗି ଭଲ ଦିନଟିଏ। ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

 

ମକର: ଦୀର୍ଘ ଦିନର ବାକିଥିବା କାମ ଘର ଲୋକଙ୍କ ସାହାଯ୍ୟରେ ପୂରା ହୋଇଯିବ। ଆର୍ଥିକ ସ୍ଥିତି ଭଲ ହେବ। ଗୃହିଣୀମାନେ କିଛି ନୂଆ ଖାଦ୍ୟ ତିଆରି କରିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।

 

କୁମ୍ଭ: ଆପଣଙ୍କ ଭାବନା ସକାରାତ୍ମକ ରହିବ। ରାଜନେତାଙ୍କର ସମାଜରେ ଖ୍ୟାତି ବଢ଼ିବ। ତେଜରାତି ଦୋକାନୀଙ୍କୁ ଯଥେଷ୍ଟ ଲାଭ ହେବ। ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ମୀନ: ଦିନଟିି ନୂଆ କିରଣ ନେଇ ଆସିଛି। କାରବାରରେ ବାଧା ଦୂର ହୋଇଯିବ। ମହିଳାମାନଙ୍କୁ ପରିବାରରେ ସହଯୋଗ ମିଳିବ। ନବ ବିବାହିତଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର