ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ବ୍ୟବହାର ଟିକେ ପରିବର୍ତ୍ତନ କରନ୍ତୁ। ପ୍ରେମିକ ପ୍ରେମିକା ନିଜ ସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବେ।

ବୃଷ: ଇଂଜିନିୟର ନିଜ ଅନୁଭବର ଉପଯୁକ୍ତ ପ୍ରୟୋଗ କରିବେ। ଆୟ ବୃଦ୍ଧି ଲାଗି ନୂଆ ଯୋଜନା ତିଆରି କରିବେ। ବାହାନ କିଣିବାର ଯୋଗ ରହିଛି।

ମିଥୁନ: ଦାମ୍ପତ୍ୟ ସମ୍ବନ୍ଧକୁ ଉନ୍ନତ କରିବା ଲାଗି ଚେଷ୍ଟା କରନ୍ତୁ। ବ୍ୟବସାୟ ପାଇଁ ଦିନଟି ଅନୁକୂଳ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ।

କର୍କଟ: ବେପାରରେ ପୁଞ୍ଜି ନିବେଶ କରନ୍ତୁ, ଲାଭ ହେବ। ପରିବାରରେ କୌଣସି ସଦସ୍ୟଙ୍କ ସହ ବିବାଦ ହୋଇପାରେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ।

ସିଂହ: ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ଅଛି। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ଚାକିରିଆଙ୍କର ଦରମା ବଢ଼ିପାରେ।

କନ୍ୟା: ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କାମ କରିବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଶୁଭ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ତୁଳା: ନୂଆ କାର୍ଯ୍ୟରେ ଭାଗ୍ୟର ସହଯୋଗ ମିଳିବ। ଧନପ୍ରାପ୍ତିର ଭଲ ଯୋଗ ରହିଛି। ସନ୍ଧ୍ୟାରେ ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ।

ବିଛା: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ।

ଧନୁ: ପୂଜାପାଠରେ ଅଧିକ ସମୟ କଟିବ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ। ରାଜ୍ୟ ବାହାରେ ବ୍ୟବସାୟ କରିବାକୁ ଚାହୁଁଥିଲେ କିଛି ଦିନ ଅପେକ୍ଷା କରନ୍ତୁ।

ମକର: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକ ଅଧିକ ଯାଆସ କରିବେ। ଜୀବନସାଥୀଙ୍କ ସହ ତର୍କବିତର୍କ ହୋଇପାରେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

କୁମ୍ଭ: ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗିବ। ସହକର୍ମୀଙ୍କ ସହ ବଚସା ହୋଇପାରେ। ଓକିଲଙ୍କ ପୁରୁଣା ମକଦ୍ଦମାରେ ବିଜୟ ଲାଭ କରିବେ।

ମୀନ: ସନ୍ଧ୍ୟାରେ କୌଣସି ଧର୍ମ ଚର୍ଚ୍ଚାରେ ଅଂଶଗ୍ରହଣ କରିବେ। କଳା ଛାତ୍ରଙ୍କ ଲାଗି ଦିନଟି ଭଲ। ପ୍ରେମିକ ପ୍ରେମିକା ତର୍କବିତର୍କ ଓ ବିବାଦ ଠାରୁ ଦୂରରେ ରୁହନ୍ତୁ।

ସମ୍ବନ୍ଧିତ ଖବର