/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ସରକାରୀ ଚାକିରିଆଙ୍କ ଲାଗି ପଦୋନ୍ନତିର ଯୋଗ ରହିଛି। ଆପଣଙ୍କର ସଚ୍ଚୋଟତା ଚାରିଆଡ଼େ ପ୍ରଶଂସିତ ହେବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଫିଲ୍ମ କ୍ଷେତ୍ରରେ ସଂଘର୍ଷ କରୁଥିବା ନିର୍ଦେଶକ ଓ କଳାକାରଙ୍କୁ ବଡ଼ ସୁଯୋଗ ମିଳିବ। ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ମଜଭୁତ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଆପଣଙ୍କ ଯୋଜନା ସଫଳ ହେବାରେ ସମୟ ଲାଗିବ। ଅଫିସରେ ସାବଧାନ ରୁହନ୍ତୁ। ଆପଣ କଥାବାର୍ତ୍ତା ବେଳେ ଯେତେ ସଂଯମ ରକ୍ଷା କରିବେ ସେତେ ଭଲ ହେବ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ଆଶାର ବିପରୀତ ଆସିପାରେ। ଅଫିସ କାମରେ ବିଭିନ୍ନ ପ୍ରକାର ଆହ୍ବାନ ଆସିବ। ଧୈର୍ଯ୍ୟ ଧରି ରହିଲେ ସଫଳତା ପାଇବେ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଯାନ ସାବଧାନତାର ସହ ଚଳାନ୍ତୁ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଆପଣଙ୍କୁ ଯେଉଁ ଦାୟିତ୍ବ ମିଳିବ ତାକୁ ସହଜରେ ସମ୍ପାଦନ କରିପାରିବେ। ଧନ ସଂଚୟ ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ। ଅନ୍ତରଙ୍ଗ ବନ୍ଧୁ ସହ ମିଳାମିଶା ହୋଇପାରେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଭୁଲ୍ ରାସ୍ତାରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ପିଲାମାନଙ୍କ ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ସମ୍ବନ୍ଧରେ ଥିବା ତିକ୍ତତାକୁ ମଧୁରତାରେ ବଦଳାଇବା ଲାଗି ଭଲ ଦିନଟିଏ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ବିଶ୍ବସ୍ତ ବନ୍ଧୁଙ୍କ ପରାମର୍ଶ କାମରେ ଆସିବ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଦୀର୍ଘ ଦିନର ବାକି କାମ ସଂପୂର୍ଣ୍ଣ କରିବେ। ଯାନ କିଣିବା ଲାଗି ଆଗ୍ରହ ବଢ଼ିବ। ପରିବାରରେ ଖୁସିର ମାହୋଲ ରହିବ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଅବସର ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କ୍ରିୟାନ୍ବିତ କରିବେ। ଧନ ସମ୍ବନ୍ଧୀୟ ଚିନ୍ତାର ସମାଧାନ ବାହାରିବ। କୌଣସି ସମାଜସେବା ସଂସ୍ଥା ସହ ଯୋଡ଼ିହେବାର ଅବସର ପାଇବେ।
ମୀନ: ଅଫିସର କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିପାରେ। ସ୍ବାଦିଷ୍ଠ ଖାଦ୍ୟ ଖାଇବେ। ସମ୍ମୁଖକୁ ଆସୁଥିବା ଆହ୍ବାନର ଦୃଢ଼ ମୁକାବିଲା କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/gata-kali-rasi-4-1.jpg)