ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି କାର୍ଯ୍ୟ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ ଆପଣଙ୍କ କାମ ସଂପୂର୍ଣ୍ଣ ହେବ। ପରିବାରରେ କ୍ଳେଶ ଦୂର ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ବୃଷ: ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବନ୍ଧୁ ଓ ପରିଜନଙ୍କୁ ନିଜର ଖୁସି କୁହନ୍ତୁ। ଶିକ୍ଷାର୍ଥୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।

ମିଥୁନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ପରିବାରରେ କୌଣସି ଗୁରୁ ଦାୟିତ୍ବ ତୁଲାଇବେ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ।

କର୍କଟ: ଅଫିସ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିଦେବେ। କୌଣସି ସଂପର୍କୀୟ ଆପଣଙ୍କ ଘରକୁ ଆସିବେ। ସବୁ ସମସ୍ୟାର ସମାଧାନ ବାହାରିବ। ଭୂସଂପତ୍ତି କିଣିବା ଯୋଗ ରହିଛି।

ସିଂହ: ବେପାରରେ ସାମିଲ ଦେବା ପାଇଁ ପ୍ରସ୍ତାବ ପାଇପାରନ୍ତି। ସରକାରୀ ଚାକିରିଜୀବୀଙ୍କ ଲାଗି ଭଲ ଦିନଟିଏ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମ ଜୀବନ ଭଲ ରହିବ।

କନ୍ୟା: ଯେଉଁ କାମ ଦୀର୍ଘଦିନ ଧରି ପୂରା କରିବାକୁ ଚାହୁଛନ୍ତି ତାହା ଭାଇ ଭଉଣୀଙ୍କ ସାହାଯ୍ୟରେ ସଂପୂର୍ଣ୍ଣ କରିନେବେ। ଅନ୍ୟମାନଙ୍କ ସହିତ କଥା ହେବା ବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ।

ତୁଳା: ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ବ୍ୟସ୍ତ ରହିବେ। ଅଧିକାର ଜାହିର କରିବା ପ୍ରବୃତ୍ତିରୁ ନିବୃତ୍ତ ରୁହନ୍ତୁ। ପାଖଲୋକ ଠାରୁ ଖୁସି ଖବର ପାଇବେ। ପାରିବାରିକ ଜିବନ ସୁଖକର ହେବ।

ବିଛା: ଆପଣଙ୍କୁ ରଚନାତ୍ମକ କାମର ପ୍ରଶଂସା ମିଳିବ। ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଚାଲେଞର ଦୃଢ଼ଭାବେ ମୁକାବିଲା କରିପାରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ଧନୁ: ଆପଣଙ୍କ ମନ ପସନ୍ଦ କଂପାନିର ଚାକିରି ପାଇଁ ଡାକରା ଆସିପାରେ। ଲେଖକଙ୍କ ଲାଗି ଭଲ ଦିନଟିଏ। କାରବାରରେ ଲାଭ ପାଇବେ। ଛାତ୍ରଙ୍କ କ୍ୟାରିୟର ନୂଆ ରୂପରେ ସୁଶୋଭିତ ହେବ।

ମକର: ଆଜି ଆପଣଙ୍କ ଲାଗି ସବୁ ଭଲ ହେବ। ଜୀବନସାଥୀ ସହିତ ଲାଗି ରହିଥିବା ବିବାଦର ସମାଧାନ ହେବ। ଔଷଧ ବ୍ୟବସାୟୀଙ୍କୁ ଧନଲାଭ ହେବ। ରାଜନୀତିରେ ସଫଳତା ପାଇବେ।

କୁମ୍ଭ: ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମର ରୂପରେଖ ତିଆରି କରିପାରନ୍ତି। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଅବିବାହିତଙ୍କ ବିବାହ ପାଇଁ ଶୁଭ ପ୍ରସ୍ତାବ ଆସିବ।

ମୀନ: ଯେଉଁ କାମ କରିବାକୁ ଚାହିବେ ସହଜରେ ସଂପୂର୍ଣ୍ଣ ହେବ। ବିରୋଧୀ ଆପଣଙ୍କ ଠାରୁ ଦୂରତ୍ବ ବଜାୟ ରହିବେ। ପୁରୁଣା ବନ୍ଧୁ ସହିତ ମିଶିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ।

ସମ୍ବନ୍ଧିତ ଖବର