publive-image

Advertisment

ମେଷ: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ପାରିବାରିକ ଜୀବନ ସୁଖକର ହେବ।

publive-image

ବୃଷ: ଚାକିରି ବୃତ୍ତିରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ବାହନ କିଣିବା ଲାଗି ଆଶା ବଢ଼ିବ।

publive-image

ମିଥୁନ: ବାପାଙ୍କର ସ୍ନେହ ପାଇବେ। କୌଣସି କାମ‌ରେ ଆପଣଙ୍କ ସମ୍ମୁଖକୁ ବଡ଼ ଚ୍ୟାଲେଞ୍ଜ ଆସିବ। ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନିତ କରାଯିବ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।

publive-image

କର୍କଟ: ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଆଇନ ମାମଲାରେ ଆପଣଙ୍କୁ ଆରାମ ମିଳିବ। ବ୍ୟବସାୟୀ ନିଜର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମ୍ଭାଳି କରି ରଖନ୍ତୁ।

publive-image

ସିଂହ: ଓକିଲ ନୂଆ ମକଦ୍ଦମା ପାଇବେ। ବନ୍ଧୁ ସହ ଫୋନରେ କଥା ହେବେ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ଜୀବନସାଥୀଙ୍କ ସହ ଘରେ ସିନେମା ଦେଖିବେ।

publive-image

କନ୍ୟା: ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ଅଜଣା ବ୍ୟକ୍ତିଙ୍କ ସହ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

publive-image

ତୁଳା: ପେସାଦାର ବ୍ୟବସାୟୀ ଭଲ ଜାଗାରେ ନିବେଶ ଲାଗି ସୁଯୋଗ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ବିବାହ ଲାଗି ଘର ଲୋକଙ୍କ ସହ କଥା ହେବେ।

publive-image

ବିଛା: ଆପଣଙ୍କ ସଂପର୍କରେ ଆସୁଥିବା ଲୋକଙ୍କ ସହ ପ୍ରେମପୂର୍ବକ କଥା ହେବେ। ତରବରିଆ ଭାବେ କାମ କଲେ ଭୁଲ୍‌ ହୋଇପାରେ। ଇଲେକ୍ଟ୍ରୋନିକ୍ସ ବ୍ୟବସାୟୀଙ୍କ ଧନଲାଭ ହେବ।

publive-image

ଧନୁ: ଆପଣଙ୍କ ଲାଗି ଯେଉଁ ଜିନିଷ ମହତ୍ତ୍ବପୂର୍ଣ୍ଣ ତା’ ଉପରେ ଗୁରୁତ୍ବ ଦିଅନ୍ତୁ। ବନ୍ଧୁ ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ପାରିବାରିକ ଜୀବନ ଆନନ୍ଦମୟ ହେବ।

publive-image

ମକର: କୌଣସି ବନ୍ଧୁଙ୍କୁ ନିଜ ମନର କଥା କହିବେ। ପୂର୍ବ ବିଚାରକୁ ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ।

publive-image

କୁମ୍ଭ: ଯେକୌଣସି କ୍ଷେତ୍ରରେ ନିବେଶ ଲାଗି ଭଲ ଦିନଟିଏ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରୋଇ କଂପାନିରେ ଚାକିରି ଲାଗି ଡାକରା ଆସିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

publive-imageମୀନ: ଅଧ୍ୟାପକଙ୍କ ଲାଗି ଦିନଟି ଭଲ। କୌଣସି କଲେଜରେ ଭାଷଣ ଦେବା ଲାଗି ଡାକରା ଆସିବ। ବାପାମାଆଙ୍କ ଆଶୀର୍ବାଦ ନିଅନ୍ତୁ, ସଫଳତା ପାଇବେ। ବ୍ୟବସାୟରେ ଲାଭ ହେବ।