publive-image

Advertisment

ମେଷ: ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ସମାଜରେ କଳାକାରଙ୍କର ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ରହିବ।

publive-image

ବୃଷ: ଘର ଲୋକଙ୍କ ସହ ଭଲ ସମୟ କାଟିବେ। ବଡ଼ ଉଦ୍ୟୋଗରୁ ଚାକିରି ଲାଗି ଡାକରା ଆସିବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।

publive-image

ମିଥୁନ: ଉତ୍ତମ ପରିଣାମ ଲାଗି ନିଜ ଉପରେ ଭରସା ରଖନ୍ତୁ। ଟଙ୍କା ପଇସା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ ହେବ।

publive-image

କର୍କଟ: ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ବଜାୟ ରହିବ। ଅଧୁରା ସରକାରୀ କାମ ପୂରା ହୋଇଯିବ। ନିଜ ପ୍ରେମ ସମ୍ପର୍କ କଥା ଘର ଲୋକଙ୍କୁ କହିବେ।

publive-image

ସିଂହ: ଅଫିସରେ ଅଧୁରା ଥିବା କାମ ସଂପୂର୍ଣ୍ଣ କରିପାରିବେ। ସାଥିରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ମିଳିବ। କାରବାର ବୃଦ୍ଧି ଲାଗି ଆପଣଙ୍କୁ ଭଲ ମଉକା ମିଳିବ। ‌

publive-image

କନ୍ୟା: ଧର୍ମକାର୍ଯ୍ୟରେ ବହୁତ ଆସ୍ଥା ରହିବ। ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଆପଣଙ୍କ କାନ୍ଧକୁ ଅଫିସର ବଡ଼ ଦାୟିତ୍ବ ଆସିବ। ବିବାଦରୁ ଦୂରରେ ରୁହନ୍ତୁ।

publive-image

ତୁଳା: ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଆପଣଙ୍କ ସକାରାତ୍ମକ ବ୍ୟବହାର ଜୀବନସାଥୀଙ୍କୁ ଖୁସି ରଖିବ।‌

publive-image

ବିଛା: ଓକିଲଙ୍କ ଲାଗି ଦିନଟି ଭଲ। ନୂଆ ମକଦ୍ଦମା ହାତକୁ ଆସିବ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ପ୍ରିୟଜନଙ୍କ କଥାକୁ ଖରାପ ଭାବନ୍ତୁ ନାହିଁ।

publive-image

ଧନୁ: ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ବିଦ୍ୟାର୍ଥୀଙ୍କର ଲେଖାପଢ଼ାରେ ଗମ୍ଭୀରତା ବଢ଼ିବ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହୋଇପାରନ୍ତି।

publive-image

ମକର: ଆପଣଙ୍କ ସମସ୍ୟାର ସମାଧାନ ସହଜରେ ହୋଇଯିବ। ଜମି ଦଲାଲଙ୍କୁ ଲାଭ ହେବ। କଳାତ୍ମକ କାର୍ଯ୍ୟ ପ୍ରତି ଆକୃଷ୍ଟ ହେବେ। ‌ରାଜନେତାଙ୍କର ମାନ ସମ୍ମାନ ବଢ଼ିବ।

publive-image

କୁମ୍ଭ: ନୂଆ ବ୍ୟବସାୟ ଚୁକ୍ତିର ସୁଯୋଗ ପାଇବେ। ସମୁଦୀ ଘରୁ ଖୁସି ଖବର ପାଇବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ। ଡାକ୍ତରୀ ଛାତ୍ରଙ୍କ ଲାଗି ଦିନଟି ଭଲ।‌

publive-image

ମୀନ: ମୁରବିଙ୍କ ଠାରୁ ବିଶେଷ ପ୍ରେରଣା ପାଇବେ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବଢ଼ିବ। ଅଫିସରେ କାମର ବୋଝ ଅଧିକ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।