ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ପୁରୁଣା ବନ୍ଧୁ ସହ ଦେଖା ହୋଇପାରେ। ପରିବାରରେ ଶୁଭ କାର୍ଯ୍ୟ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ସ୍ବାସ୍ଥ୍ୟ ଭଲ ରହିବ।‌

 

ବୃଷ: ଅଫିସରେ ନୂଆ ଦାୟିତ୍ବ ପାଇବେ। ଏକାଗ୍ରତାର ସହ କାମ ସମାପ୍ତ କରିବାକୁ ଚେଷ୍ଟା କରିବେ। କାହାରିକୁ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।‌

ମିଥୁନ: ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ନୂଆ କାମ କରିବା ପାଇଁ ଭାବିବେ। ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

କର୍କଟ: ପୂର୍ବ ଅପେକ୍ଷା ଦିନଟି ବହୁତ ଭଲ। ଆପଣଙ୍କୁ ବହୁତ କିଛି ଶିଖିବାକୁ ମିଳିବ। ବିଶେଷ କାମରେ ବନ୍ଧୁଙ୍କ ସାହାଯ୍ୟ ମିଳିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।

ସିଂହ: ଜୀବନସାଥୀ ଆପଣଙ୍କ ନିଷ୍କପଟତା ଦେଖି ପ୍ରଭାବିତ ହେବେ। ଯେଉଁ କାମ ମନ ଦେଇ କରିବେ ସେଥିରେ ସଫଳତା ପାଇବେ। ବନ୍ଧୁ ସହ ସମ୍ବନ୍ଧ ବହୁତ ଭଲ ହେବ।

କନ୍ୟା: ପୂର୍ବ କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ବନ୍ଧୁ ସହ ବ୍ୟକ୍ତିଗତ ପ୍ରସଙ୍ଗରେ ଆଲୋଚନା କରିବେ। ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ। ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ।

 

ତୁଳା: ନିଜ କାମ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ନୂଆ ଯୋଜନା ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ। ଛାତ୍ରଙ୍କ ଲାଗି ଦିନଟି ସାମାନ୍ୟ ରହିବ।

ବିଛା: ନୂଆ କାମ ଆରମ୍ଭ କରନ୍ତୁ, ଲାଭ ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଶିକ୍ଷାର୍ଥୀଙ୍କ ମନରେ ନୂଆ ବିଚାର ଆସିବ।

 

ଧନୁ: ଯେଉଁ କାମ କରିବେ ତାହା ସଂପୂର୍ଣ୍ଣ ହେବ। ବେପାରରେ ଲାଭ ପାଇବେ। ପାରିବାରିକ ସମସ୍ୟା ସମାଧାନ କରିବା ଲାଗି ଦିନଟି ଭଲ। ମଉଜମସ୍ତି ପାଇଁ ଭଲ ଅବସର ପାଇବେ।

 

ମକର: ବ୍ୟବସାୟରେ ଲାଭର ଯୋଗ ଅଛି। ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ଆପଣଙ୍କୁ ଅନ୍ୟ ଲୋକମାନଙ୍କର ସାହାଯ୍ୟ ମିଳିବ। ଇଂଜିନିୟରଙ୍କୁ ଭଲ ସ୍ଥାନରେ ଚାକିରି ମିଳିବ।

 

କୁମ୍ଭ: ଲାଗି ରହିଥିବା ବାଧା ଦୂର ହେବ। କାରବାରରେ ଲାଭ ହେବ। ଫୋନ୍ ଯୋଗେ ଭଲ ଖବର ପାଇବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ବାହାରକୁ ବୁଲି ଯାଇପାରନ୍ତି।

ମୀନ: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନୂଆ ପ୍ରକଳ୍ପରେ କାମ କରି ବହୁତ କିଛି ଶିଖିବେ। ପ୍ରିୟ ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖଦ ହେବ।

ସମ୍ବନ୍ଧିତ ଖବର