ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଆପଣଙ୍କୁ ଧନଲାଭର ମଉକା ମିଳିବ। ନୂଆ କାମରେ ରୁଚି ବଢ଼ିବ। ପାରିବାରିକ ଜୀବନ ଉତ୍ସବମୁଖର ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ‌

 

ବୃଷ: କୌଣସି ଶୁଭ ଖବର ପାଇବେ। ଶିକ୍ଷାର୍ଥୀ ଲେଖାପଢ଼ା ଶୈଳୀରେ ପରିବର୍ତ୍ତନ ପାଇଁ ଭାବିବେ। ଅଫିସରେ ବାତାବରଣ ଟିକେ ଅଲଗା ରହିବା ଯୋଗୁଁ କାମ କରିବାରେ ବିଳମ୍ବ ହେବ।‌

ମିଥୁନ: ବ୍ୟବସାୟ ସମ୍ବନ୍ଧରେ କାହାରିଠୁଁ ଭଲ ପରାମର୍ଶ ପାଇବେ ଯାହା ଦ୍ବାରା ଆପଣଙ୍କୁ ଲାଭ ମିଳିବ। ସନ୍ତାନର ସଫଳତା ସୁଖଦ ଅନୁଭୂତି ଦେବ। ଅଫିସରେ ମହତ୍ତ୍ବପୂର୍ଣ୍ଣ ଦାୟିତ୍ବ ପାଇବେ।

କର୍କଟ: ପରିବାର ଲୋକଙ୍କର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ବନ୍ଧୁ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ବେପାରରେ ଅଚାନକ ଧନଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

ସିଂହ: ପରିବାରରେ କୌଣସି ଧାର୍ମିକ ଅନୁଷ୍ଠାନ କରିବା ଲାଗି ପ୍ରସ୍ତୁତି କରିବେ। ଆପଣଙ୍କ କାମରେ ଜୀବନସାଥୀ ସହଯୋଗ କରିବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବ‌ା ପାଇଁ ଭାବିବେ।

କନ୍ୟା: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବା ଲାଗି ଚେଷ୍ଟା କରିବେ। ଆଖପାଖର ଲୋକ ଆପଣଙ୍କର ବିରୋଧ କରିବେ।

 

ତୁଳା: ବେପାର ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟରେ ବନ୍ଧୁଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେ‌ବ। ପ୍ରିୟଜନଙ୍କୁ ଭଲ ଉପହାର ଦେବେ।

ବିଛା: ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ଅଫିସରେ କିଛି ସହକର୍ମୀ ସହାୟତା କରିବେ। ଏଭଳି ଲୋକଙ୍କ ସହ ମିଶିବେ ଯିଏ ଭବିଷ୍ୟତରେ ସାହାଯ୍ୟ କରିବେ।

 

ଧନୁ: ଅଫିସରେ ଅଧିକ ସମୟ ପରିଶ୍ରମ କଲେଯାଇ ବାକିଥିବା କାମ ପୂରା ହୋଇଯିବ। ବିବାଦଠୁଁ ଦୂରରେ ରୁହନ୍ତୁ। ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ଆମଦାନି ଉତ୍ସରେ ବୃଦ୍ଧି ହେବ।

 

ମକର: ଆର୍ଥିକ ପକ୍ଷ ସୁଦୃଢ଼ ରହିବ। କାମକୁ ନେଇ କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ କାଟିବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

 

କୁମ୍ଭ: ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ଘରୋଇ ଜିନିଷ କିଣିବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତି କରିବେ।

ମୀନ: ବେପାର ପାଇଁ କୌଣସି ବଡ଼ କଂପାନି ସହ ଚୁକ୍ତିର ଅବସର ପାଇବେ। ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ କରିବେ।

ସମ୍ବନ୍ଧିତ ଖବର