ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନସାଥୀ ଆପଣଙ୍କୁ ଭଲ ଖବର ଶୁଣାଇବେ। ଇଂଜିନିୟରଙ୍କୁ ଯଥେଷ୍ଟ ଲାଭ ହେବ। ଜୀବନରେ ଖୁସି ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ।

ବୃଷ: ଆପଣ ଯାହା ବି କାମ ହାତକୁ ନେବେ ତାକୁ ସଂପୂର୍ଣ୍ଣ କରିପାରିବେ। ଶତ୍ରୁ ଦବି ରହିବେ। ଅବିବାହିତଙ୍କୁ କୌଣସି ସମାରୋହରେ ଜୀବନସାଥୀ ମିଳିପାରେ।

ମିଥୁନ: ଦିନଟି ଆପଣଙ୍କ ଜୀବନରେ ମହତ୍ତ୍ବପୂର୍ଣ୍ଣ ମୋଡ଼ ଆଣିବ। ଚାକିରିଆଙ୍କୁ ଅଫିସ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। କାମ ନିର୍ଦ୍ଧାରିତ ସମୟରେ ପୂରା କରିବାକୁ ଚେଷ୍ଟା କରନ୍ତୁ।

କର୍କଟ: ପ୍ରିୟ ବନ୍ଧୁ ଦେଖା କରିବାକୁ ଆସିବେ। କୌଣସି ଭଲ ଖବର ଶୁଣିବେ। ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହେବ। ମୁରବି ଆପଣଙ୍କୁ କୌଣସି ବିଶେଷ ପରାମର୍ଶ ଦେଇପାରନ୍ତି।

ସିଂହ: ବ୍ୟବସାୟରେ ସବୁ କିଛି ଭଲ ହେବ। ଧନଲାଭର ସୁଯୋଗ ପାଇବେ। ଲୋକେ ଆପଣଙ୍କ କଥା ପ୍ରତି ପୂରା ଧ୍ୟାନ ଦେବେ। ଆପଣଙ୍କ ବ୍ୟବହାର ପ୍ରଶଂସିତ ହେବ।

କନ୍ୟା: ଆପଣ ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବାକୁ ଚେଷ୍ଟା କରିବେ। ଟଙ୍କା ପଇସାକୁ ନେଇ ଆପଣଙ୍କ ଚିନ୍ତା ଦୂର ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ତୁଳା: ଆପଣଙ୍କ ମନ ପ୍ରସନ୍ନ ରହିବ। ଭ୍ରମଣ ସୁଖପୂର୍ଣ୍ଣ ହେବ। ବାଲ୍ୟବନ୍ଧୁ ସହ ଦେଖା ହୋଇପାରେ। କ୍ୟାରିୟରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ପାରିବାରିକ ଜୀବନ ସୁଖମୟ ହେବ।

ବିଛା: ଆଧ୍ୟାତ୍ମିକ ଆଲୋଚନାରେ ସମୟ ବିତିବ। ପରିବାରରେ ସବୁ କିଛି ଭଲ ହେବ। ପାଖ ଲୋକଙ୍କ ଠାରୁ ଖୁସି ଖବର ପାଇବେ। ଆପଣଙ୍କ କାମର ପୂରା ଆନନ୍ଦ ନେବେ।

ଧନୁ: ଦରକାରୀ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ। ବାପାମାଆଙ୍କ ଆଶୀର୍ବାଦ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ। କବିଙ୍କର କୌଣସି କବିତାର ପ୍ରଶଂସା ହୋଇପାରେ।

ମକର: ଅଫିସରେ ଏଭଳି କାମ ମିଳିବ ଯାହା ଆପଣଙ୍କୁ ଭଲ ଲାଗିବ। ଶିକ୍ଷାର୍ଥୀ କୌଣସି ବିଷୟକୁ ନେଇ ଅଧିକ ରୁଚି ଦେଖାଇବେ। କାରବାରରେ ଆପଣଙ୍କୁ ଲାଭ ହୋଇପାରେ।

କୁମ୍ଭ: ପୂଜାପାଠରେ ସମୟ ବିତିବ। ଜୀବନରେ ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ। କାମରେ ଆପଣଙ୍କୁ ଲାଭ ହେବ। ଖେଳାଳିଙ୍କ ଲାଗି ଭଲ ଦିନଟିଏ।

ମୀନ: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇପାରନ୍ତି। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଘର କାମରେ ଜୀବନସାଥୀଙ୍କ ସାହାଯ୍ୟ ନେଇ ପାରନ୍ତି।

ସମ୍ବନ୍ଧିତ ଖବର