ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଲାଗି ଦିନଟି ଅନୁକୂଳ ରହିବ। ପରିଶ୍ରମର ସୁଫଳ ପାଇବେ। ସାଥୀ ସହ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

ବୃଷ: ସବୁ କାମରେ ଆପଣ ସଫଳ ରହିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହେବ। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ପରିଣାମ ମିଳିବ।

ମିଥୁନ: ଆପଣଙ୍କର ସବୁ କାମ ସିଦ୍ଧ ହେବ। ପତି ପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ମଧୁର ରହିବ। ବ୍ୟବସାୟରେ ବିଶେଷ ସଫଳତା ହାସଲ ହେବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।

କର୍କଟ: ଆପଣଙ୍କ ମନ ସାମାଜିକ କାର୍ଯ୍ୟ ଆଡ଼କୁ ରହିବ। ଆର୍ଥିକ ଲାଭ ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ଯାନବାହନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ: କୌଣସି ଜରୁରୀ କାମରେ ଆପଣ ବନ୍ଧୁର ସାହାଯ୍ୟ ପାଇପାରିବେ। ଆର୍ଥିକ ସ୍ଥିତିରେ ସ୍ଥିରତା ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ପରିଣାମ ନେଇ ଆସିବ।

କନ୍ୟା: ଭାବିଥିବା କାମର ଗତି ସୁଦୃଢ଼ ହେବ। ଆଖପାଖର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ଖୁସି ହେବେ। ପ୍ରିୟଜନଙ୍କ ସହ ଦିନଟି ଭଲରେ ବିତିବ। ଅଫିସରେ ଆପଣଙ୍କୁ ପ୍ରଶଂସା ମିଳିବ।

ତୁଳା: ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିପାରେ। କାହାରି ସହିତ ବାଦବିବାଦ କରନ୍ତୁ ନାହିଁ। ସନ୍ଧ୍ୟାରେ ପରିବାରର କୌଣସି ଲୋକଙ୍କ ସହ ମହତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ।

ବିଛା: ପାରିବାରିକ କାମ ସଂପୂର୍ଣ୍ଣ କରିବାରେ ସହଯୋଗ ପାଇବେ। କୌଣସି ସହପାଠୀ ଆପଣଙ୍କ ଠାରୁ ସାହାଯ୍ୟ ଆଶା କରିପାରନ୍ତି। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।

ଧନୁ: ଦିନଟି ଗହନ ଚିନ୍ତନରେ ବିତିବ। ଅଫିସରେ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାମରେ ପ୍ରସନ୍ନ ହେବେ। କିଛି ନୂଆ ଲୋକଙ୍କ ସହିତ ଆପଣଙ୍କର ସାକ୍ଷାତ ହୋଇପାରେ।

ମକର: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ମାମଲାରେ କିଛି ଲୋକ ସାହାଯ୍ୟକାରୀ ହେବେ।

କୁମ୍ଭ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ। ଆୟ ବୃଦ୍ଧି ହେବାର ସମ୍ଭାବନା। ପାରିବାରିକ ଜୀବନ ଶାନ୍ତିଦାୟକ ରହିବ।

ମୀନ: ମନ୍ଦିରକୁ ଦର୍ଶନ ପାଇଁ ଯିବେ। ଆପଣଙ୍କ ଯୋଜନା ସଫଳ ହେବ। ନୂଆ ଲୋକଙ୍କ ଠାରୁ ଶୁଭକାମରେ ସାହାଯ୍ୟ ପାଇପାରନ୍ତି। ଅଫିସରେ ଉପରିସ୍ଥ କର୍ମଚାରୀଙ୍କର ସହଯୋଗ ପାଇବେ।

ସମ୍ବନ୍ଧିତ ଖବର