ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନକୁ ସକାରାତ୍ମକ ବନାନ୍ତୁ। ଯେଉଁ କାର୍ଯ୍ୟ ହାତକୁ ନେବେ ତାକୁ ସଂପୂର୍ଣ୍ଣ କରି ବିଶ୍ରାମ ନେବେ। ଚାକିରିରେ ପଦୋନ୍ନତି ମିଳିପାରେ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ।

ବୃଷ: ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ପାଇବେ। ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଶଂସାଭାଜନ ହେବେ। ନୂଆ ସଂପର୍କ ସ୍ଥାପନ ହେବ।

ମିଥୁନ: ବେପାରରେ ପ୍ରଗତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ। ରାଜନୀତିରେ ଲାଭର ସୁଯୋଗ ପାଇବେ। ଘରକୁ ବନ୍ଧୁ ଆସିବେ। ନୂଆ ଘର କିଣିବା ଲାଗି ଯୋଜନା କରିବେ।

କର୍କଟ: କୌଣସି ଖବର ପାଇ ମନ ଅସ୍ଥିର ହୋଇପାରେ। ନିଜର ନିଷ୍ପତ୍ତିରେ ଅଟଳ ରୁହନ୍ତୁ। ନୂଆ ସୁଯୋଗ ଓ କାମ ପାଇବେ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।

ସିଂହ: ସାରା ଦିନ ଖୁସି ମନରେ ରହିବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ, ଭବିଷ୍ୟତରେ ଲାଭ ପାଇବେ। ହଜିଥିବା ଜିନିଷର ସନ୍ଧାନ ପାଇବେ।

କନ୍ୟା: ସାମାଜିକ ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କର ଗୁଣଗାନ କରିବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ। ସଙ୍ଗୀତ ଉପକରଣ କିଣି ପାରନ୍ତି।

ତୁଳା: କୌଣସି ଖବର ପାଇ ତୁରନ୍ତ ନିଷ୍ପତ୍ତି ନେବା କଠିନ ହେବ। ଅନ୍ୟମାନଙ୍କ କଥା ଶୁଣନ୍ତୁ, ହେଲେ ନିଜ ବିବେକ ଅନୁସାରେ କାମ କରନ୍ତୁ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ବଢ଼ିବ।

ବିଛା: ଧର୍ମ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରିପାରନ୍ତି। ପାରିବାରିକ ସଂପତ୍ତି ନେଇ ବିବାଦ ସମାପ୍ତ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ଧନୁ: ମନରେ କିଛି ନୂଆ କରିବାର ଆଶା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ପଦକ୍ଷେପ ନେବେ। ସାମାଜିକ କ୍ଷେତ୍ରରେ ଯଶ ବଢ଼ିବ। ଶିକ୍ଷକଙ୍କ ସହ ଭଲ ବୁଝାମଣା ରହିବ।

ମକର: ଇଷ୍ଟଦେବଙ୍କ ସ୍ମରଣରେ ମନବଳ ବଢ଼ିବ। ବାପା ମାଆଙ୍କ ସେବାର ଭଲ ଫଳ ପାଇବେ। ଯାତ୍ରା ଲାଭଦାୟକ ହେବ। କୋର୍ଟ କଚେରି ମାମଲାରେ ବିଜୟ ଲାଭ କରିବେ।

କୁମ୍ଭ: ନମ୍ର ସ୍ବଭାବର ସହ ମୁରବିଙ୍କ ସହ କଥାବାର୍ତ୍ତା କରନ୍ତୁ। ଚାକିରିରେ କୌଣସି ମନସ୍କାମନା ପୂରଣ ହେବ। ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ।

ମୀନ: ସାମାଜିକ ସ୍ଥିତି ମଜଭୁତ ହେବ। ବିରୋଧୀମାନଙ୍କ ସହ ଦୃଢ଼ ମୁକାବିଲା କରିବେ। ଚାକିରିଆଙ୍କ ଲାଗି ଦିନଟି ଭଲ। ଘରେ ଖୁସିର ପରିବେଶ ରହିବ।

ସମ୍ବନ୍ଧିତ ଖବର