ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ବ୍ୟବସାୟରେ ପ୍ରଗତି ଲାଗି ଭଲ ଦିନଟିଏ। ଧନଲାଭ ହେବାର ଯୋଗ ଅଛି। ସମସ୍ୟାର ସମାଧାନ ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ। ‌

 

ବୃଷ: ଯେଉଁ କାମ କରିବେ ତାହା ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଜୀବନସାଥୀଙ୍କ ପରାମର୍ଶ କାମରେ ଆସିବ। ଇଂଜିନିୟର ନିଜର ଅଭିଜ୍ଞତା ଠିକ୍‌ ସ୍ଥାନରେ ପ୍ରୟୋଗ କରିବେ।‌

ମିଥୁନ: ପୂର୍ବ ବିବାଦର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପରିବାର ଲୋକଙ୍କ ସହଯୋଗରେ ସ୍ଥଗିତ କାମ ପୂରା କରିବାରେ ସଫଳ ହେବେ।

କର୍କଟ: ଘରକୁ ବନ୍ଧୁ ବା ସଂପର୍କୀୟ ଆସିବେ। ଆପଣଙ୍କୁ ନୂଆ କାମ ମିଳିବ। ଜମି ଦଲାଲଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ଖୁସି ଖବର ପାଇବେ।

ସିଂହ: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ଘର ଓ ଅଫିସରେ ପରିବେଶ ଆନନ୍ଦମୟ ରହିବ। କୌଣସି ବିଷୟରେ ଗହନ ଚିନ୍ତନ କରିବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

କନ୍ୟା: ନୂଆ କାମ କରିବା ପାଇଁ ସ୍ଥିର କରିବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ବ୍ୟକ୍ତି କାମ ଲାଗି ଅଧିକ ଯାଆସ କରିବେ। ପ୍ରେମ ଜୀବନ ଭଲ ରହିବ।

 

ତୁଳା: କାର୍ଯ୍ୟକୁ ପୂରା କରିବା ଲାଗି ପିଲାମାନଙ୍କ ସାହାଯ୍ୟ ପାଇବେ। ଅଚାନକ ଧନଲାଭର ଉତ୍ସ ମିଳିବ। ଅଫିସରେ କାମ ପୂରା କରିବା ପାଇଁ ବରିଷ୍ଠଙ୍କ ସାହାଯ୍ୟ ପାଇବେ।

ବିଛା: ଆପଣଙ୍କ ଧ୍ୟାନ ଧର୍ମକାର୍ଯ୍ୟରେ ଲାଗି ରହିବ। ଚାକିରିରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ସାମ୍ବାଦିକ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ।

 

ଧନୁ: ପିଲାମାନଙ୍କ ସହ ଆପଣଙ୍କ ସମୟ ବିତିବ। ସ୍ବାସ୍ଥ୍ୟ ସଂପର୍କିତ ସମସ୍ୟାରୁ ମୁକ୍ତି ପାଇବେ। କିଛି ସକାରାତ୍ମକ କରିବାକୁ ଭାବିବେ। କ୍ୟାରିୟର ନେଇ ଭାଇଙ୍କ ସହଯୋଗ ପାଇବେ।

 

ମକର: ପରିବାରରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। କଳା କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ବିନା କାରଣରେ କାହାରି କଥାରେ ଦଖଲ ଦିଅନ୍ତୁ ନାହିଁ।

 

କୁମ୍ଭ: ସ୍ଥଗିତ କାମ ପୂରା ହୋଇଯିବ। ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିବ। ଛାତ୍ରଙ୍କ ଲାଗି ଭଲ ଦିନଟିଏ। ସୁସମ୍ବାଦ ପାଇବେ। ନୂଆ କାମ ନେଇ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

ମୀନ: କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ ପ୍ରୟୋଗ କରିବେ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ। ସାମାଜିକ କାର୍ଯ୍ୟରେ ସହଯୋଗ କଲେ ମାନ ସମ୍ମାନ ବଢ଼ିବ।

ସମ୍ବନ୍ଧିତ ଖବର