ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଚାକିରି ବୃତ୍ତି ସମ୍ବନ୍ଧରେ ଗମ୍ଭୀର ବିଚାର କରିବାକୁ ପଡ଼ିବ। ଅନ୍ୟମାନଙ୍କ ପରାମର୍ଶ ଉପରେ ଧ୍ୟାନ ଦେଲେ ଆପଣଙ୍କର ଲାଭ ହେବ। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ହେବ।

 

ବୃଷ: ଜୀବନରେ କିଛି ପରିବର୍ତ୍ତନ ଆସିବ। ସମାଜରେ ପ୍ରସିଦ୍ଧି ବଢ଼ିବ। ଉନ୍ନତିର ନୂଆ ଅବସର ଆପଣଙ୍କ ସମ୍ମୁଖକୁ ଆସିବ। ବନ୍ଧୁ ସହ ନୂଆ ବେପାର ଆରମ୍ଭ କରିପାରନ୍ତି।

ମିଥୁନ: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ବିଦ୍ୟାର୍ଥୀଙ୍କୁ ଶୁଭ ସୂଚନା ମିଳିବ।

କର୍କଟ: କୌଣସି କଥାକୁ ନେଇ ମନରେ ଉତ୍ସୁକତା ବଜାୟ ରହିବ। ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ କଂପାନିରୁ ଡାକରା ଆସିବ।

ସିଂହ: ଭାବନାରେ ସକାରାତ୍ମକତା ବଜାୟ ରହିବ। ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ, ସମ୍ବନ୍ଧ ମଜଭୁତ ହେବ।

କନ୍ୟା: ଓକିଲଙ୍କୁ ନୂଆ ମକଦ୍ଦମା ମିଳିବ। ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ। ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ଶକ୍ତିଶାଳୀ ହେବ। ଛାତ୍ର ନୂଆ କୌଶଳ ଶିଖିବାର ଅବସର ପାଇବେ।

 

ତୁଳା: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଲୋକେ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ବାହାରକୁ କାମରେ ଗଲାବେଳେ ନିଜର ଆତ୍ମବିଶ୍ବାସ ଅତୁଟ ରଖନ୍ତୁ।

ବିଛା: କାମ ପୂରା କରିବା ଲାଗି ତରତର ହୁଅନ୍ତୁ ନାହିଁ। ଛାତ୍ରଙ୍କର ମନ ଲେଖାପଢ଼ାରେ କମ୍ ମୋବାଇଲ୍‌ରେ ଅଧିକ ଲାଗିବ। ଠିକ୍ ଦିଶାରେ କରିଆସୁଥିବା ଉଦ୍ୟମର ସଫଳତା ପାଇବେ।

 

ଧନୁ: କୌଣସି କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସମୟ କାଟିବେ।

 

ମକର: ପ୍ରିୟବନ୍ଧୁ ଆପଣଙ୍କର ଖୁସିକୁ ଦିଗୁଣା କରିଦେବେ। ଆପଣଙ୍କୁ ଘରର ମୁରବିଙ୍କ ସହଯୋଗ ମିଳିବ। କାରବାର ବୃଦ୍ଧି ପାଇଁ ନୂଆ ଅବସର ପାଇବେ।

 

କୁମ୍ଭ: ବ୍ୟାଙ୍କ ଖାତାରୁ କିଛି ପଇସା ବାହାର କରିବାକୁ ପଡ଼ିପାରେ। ଅଯଥା କାମରେ ସମୟ ବ୍ୟୟ ହେବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ହେବ। ଛାତ୍ରଙ୍କ ଲାଗି ଦିନଟି ଶିକ୍ଷଣୀୟ।

ମୀନ: ଯେଉଁ କାମ ପୂରା କରିବା ଲାଗି ଚେଷ୍ଟା କରିବେ ତାହା ସହଜରେ ସଂପୂର୍ଣ୍ଣ ହୋଇଯିବ। ମହିଳାଙ୍କ ଲାଗି ଦିନଟି ଆରାମଦାୟକ। ଲକ୍ଷ୍ୟ ପ୍ରାପ୍ତି ଲାଗି ଅଧିକ ପ୍ରୟାସ କରିବେ।

ସମ୍ବନ୍ଧିତ ଖବର