ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ପଦ ପ୍ରତିଷ୍ଠା ମିଳିବ। ଛୋଟ ବେପାରୀଙ୍କୁ ଧନଲାଭ ହେବ। ଅଫିସରେ ଆପଣଙ୍କ କାମ ପ୍ରଶଂସିତ ହେବ। ଦରମା ବୃଦ୍ଧି ପାଇପାରେ।‌

 

ବୃଷ: ଭାବିଥିବା କାମ ଶୀଘ୍ର ପୂରା ହୋଇଯିବ। କାମରେ ବଡ଼ଭାଇର ସହଯୋଗ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଗୃହିଣୀ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ପୂରା କରିପାରିବେ। ‌

ମିଥୁନ: କଳାକାରଙ୍କୁ ଲାଭ ମିଳିବାର ଯୋଗ ଅଛି। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ଚାକିରିରେ ପଦୋନ୍ନତି ମିଳିପାରେ। କାମରେ ବାହାରକୁ ଯାଉଥିଲେ ସଫଳତା ପାଇବେ।

କର୍କଟ: ବେପାରରେ ଉତ୍‌ଥାନ ପତନ ଲାଗି ରହିବ। ଦୀର୍ଘ ଦିନରୁ ଯେଉଁ କଥା ନେଇ ଚିନ୍ତିତ ଅଛନ୍ତି ତାହା ଜୀବନସାଥୀଙ୍କୁ ଜଣାନ୍ତୁ। ନ ଭାବିଚିନ୍ତି କାହାରିକୁ ପଇସା ଧାର ଦିଅନ୍ତୁ ନାହିଁ।

ସିଂହ: ଜୀବନରେ ଆପଣ ନୂଆ ମାଇଲଖୁଣ୍ଟ ହାସଲ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ଭଲ କାମ ପାଇଁ ସମ୍ମାନିତ ହେବେ। ବେପାର ଲାଗି ଦିନଟି ଶୁଭ।

କନ୍ୟା: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ଯେଉଁମାନେ ଜମି କିଣିବାକୁ ଯାଉଛନ୍ତି ସେମାନଙ୍କୁ ଲାଭର ସଉଦା ମିଳିବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ।

 

ତୁଳା: ପ୍ରିୟବନ୍ଧୁ ସହ ଆପଣଙ୍କର ସାକ୍ଷାତ ହେବ। ଲେଖକ କୌଣସି ସମାରୋହ‌ରେ ସମ୍ମାନିତ ହେବେ। ସାମାଜିକ ସଂଗଠନରେ ଥିବା ଲୋକଙ୍କର ପଦ ପ୍ରତିଷ୍ଠା ବଢ଼ିବ।

ବିଛା: ସାରା ଦିନ ଆପଣଙ୍କ ଚେହେରାରେ ପ୍ରସନ୍ନତା ବଜାୟ ରହିବ। ଅଫିସରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ନୂଆ ଚାକିରିର ସୁଯୋଗ ଅଛି। ଜମି ଦଲାଲଙ୍କୁ ଅଧିକ ଲାଭ ହେବ।

 

ଧନୁ: ବ୍ୟବସାୟରେ ବିସ୍ତାର କରିବେ। ସରକାରୀ ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ବାଣିଜ୍ୟ ଛାତ୍ରଙ୍କୁ ନୂଆ ଶିଖିବାକୁ ମିଳିବ।

 

ମକର: ଧାର୍ମିକ ଅନୁଷ୍ଠାନରେ ସାମିଲ ହେବେ। ସ୍ବାସ୍ଥ୍ୟରେ ସୁଧାର ହେବ। ବସ୍ତ୍ର ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ।

 

କୁମ୍ଭ: ସ୍ଥଗିତ କାମ ପୂରା କରିବା ପାଇଁ କାହାରିଠୁଁ ନେଇଥିବା ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ଇସ୍ପାତ ବ୍ୟବସାୟୀଙ୍କର ଉନ୍ନତି ହେବ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।

ମୀନ: ବ୍ୟବସାୟୀଙ୍କୁ ଆର୍ଥିକ ଲାଭର ଯୋଗ ଅଛି। କାର୍ଯ୍ୟକ୍ଷେତ୍ରରେ ଛୋଟମୋଟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଘର କାମରେ ବଡ଼ଭାଇର ସହଯୋଗ ପାଇବେ। ପ୍ରିୟବନ୍ଧୁ ସହ ଦେଖା ହେବ।

ସମ୍ବନ୍ଧିତ ଖବର