ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକ ଆଗକୁ ବଢ଼ିବାର ଅବସର ପାଇବେ। ‌

 

ବୃଷ: ମୁଣ୍ଡରେ ଘୂରି ବୁଲୁଥିବା ନକାରାତ୍ମକ ଚିନ୍ତା ସମାପ୍ତ ହୋଇଯିବ। ଧନଲାଭର ନୂଆ ଉତ୍ସ ନଜର ଆସିବ। ବ୍ୟବସାୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ‌

ମିଥୁନ: ବିପରୀତ ପରିସ୍ଥିତି ଆପଣଙ୍କୁ ବିଚଳିତ କରିପାରିବ ନାହିଁ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ପାଇବେ। ଜୀବନସାଥୀ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

କର୍କଟ: ନୂଆ କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଧାର ଦେଇଥିବା ପଇସା ପାଇବେ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହେବ। ଶିକ୍ଷାର୍ଥୀଙ୍କୁ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବାକୁ ହେବ।

ସିଂହ: ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ଆସ୍ଥା ଦୃଢ଼ ହେବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

କନ୍ୟା: ବ୍ୟବସାୟରେ ପ୍ରଗତି ଲାଗି ଭଲ ଦିନଟିଏ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ଚାକିରି ସଂପର୍କରେ ଭଲ ଖବର ପାଇପାରନ୍ତି।

 

ତୁଳା: ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ଅଛି। ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ। ବ୍ୟାଙ୍କରୁ ଅର୍ଥ ନେବା ସମୟରେ ସାବଧାନ ରୁହନ୍ତୁ। ପରିବାର ଖୁସି ରହିବ।

ବିଛା: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ନୂଆ କାମ ଆରମ୍ଭ କରିବା ଯୋଗୁଁ ଘର ଲୋକ ଖୁସି ହେବେ। ବିଦ୍ୟାର୍ଥୀ ଲେଖାପଢ଼ା ନେଇ ଗମ୍ଭୀର ହେବେ।

 

ଧନୁ: ଆତ୍ମବିଶ୍ବାସର ସହ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ଜମାପୁଞ୍ଜି ବଢ଼ିବ। ନବବିବାହିତ ବ୍ୟକ୍ତି ସାଥୀଙ୍କୁ ଉପହାର ଦେବେ। ଛାତ୍ର ଅଭିଭାବକଙ୍କ କଥା ମାନନ୍ତୁ।

 

ମକର: ପୂର୍ବ କଥା ମନେ ପଡ଼ିବା ଯୋଗୁଁ ମନ ପ୍ରସନ୍ନ ହୋଇଯିବ। ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ଅଫିସରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

 

କୁମ୍ଭ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ବାକିଥିବା କାମରେ କେହି ସାହାଯ୍ୟ କରିବେ। କର୍ତ୍ତୃପକ୍ଷଙ୍କ ଠାରୁ ଆପଣଙ୍କୁ ଉପହାର ମିଳିପାରେ। ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ।

ମୀନ: କାରବାରରେ ପରିବର୍ତ୍ତନ କରି ସଫଳତା ପାଇବେ। ଘରକୁ ବନ୍ଧୁ ଆସିବା ହେତୁ ମନ ପ୍ରସନ୍ନ ହୋଇଯିବ। ଅଫିସରେ ନୂଆ ପ୍ରକଳ୍ପରେ କାମ ଆରମ୍ଭ କରିପାରନ୍ତି।

ସମ୍ବନ୍ଧିତ ଖବର