ମେଷ: ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଚିନ୍ତା କରିବେ। ଜମି ଦଲାଲଙ୍କୁ ଅଧିକ ଲାଭ ହେବ। ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଶୁଭ।
ବୃଷ: ଆପଣଙ୍କ ମନ ଶାନ୍ତ ରହିବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ସ୍ଥାନରେ ଚାକିରି ମିଳିବ।
ମିଥୁନ: ଶରୀର ସୁସ୍ଥ ରଖିବା ଲାଗି ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। ଘରୋଇ କାମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଅଫିସରେ କାମର ବୋଝ ଅଧିକ ବଢ଼ିବ।
କର୍କଟ: ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଘରେ ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ସିଂହ: ଡାକ୍ତରଖାନାରେ କାମ କରୁଥିବା ବ୍ୟକ୍ତିଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ବେପାରେ ଦିଗୁଣା ବୃଦ୍ଧି ହେବ। ଜୀବନସାଥୀ ସହ ସମ୍ବନ୍ଧରେ ସୁଖ ବଢ଼ିବ।
କନ୍ୟା: ଅଫିସରେ ବଳକା କାମ ସଂପୂର୍ଣ୍ଣ କରିବାରେ ଅଧିକ ସମୟ ଲାଗିବ। ନିଜର ଯୋଜନା ଅନ୍ୟମାନଙ୍କୁ ଜଣାନ୍ତୁ ନାହିଁ। ଛାତ୍ରଙ୍କୁ କୌଣସି ଖୁସି ଖବର ମିଳିବ।
ତୁଳା: କାମ ସଂପୂର୍ଣ୍ଣ କରିବାରେ ଭାଇ ଭଉଣୀ ସାହାଯ୍ୟ କରିବେ। ସମାଜସେବୀଙ୍କ ଲାଗି ଦିନଟି ଭଲ। ଗୃହିଣୀ ନିଜ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବେ।
ବିଛା: ପରିବାର ଲୋକଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କଥା ହେବେ। ସଫଳତା ହାସଲର ନୂଆ ସୁଯୋଗ ହାତକୁ ଆସିବ। କଳାକାରଙ୍କୁ ଲାଭ ମିଳିବାର ଯୋଗ ଅଛି।
ଧନୁ: ପ୍ରତିଟି କାମରେ ସାବଧାନ ରୁହନ୍ତୁ। ବେକାରଙ୍କୁ ରୋଜଗାରର ଭଲ ଅବସର ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।
ମକର: କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ସାମାଜିକ କାର୍ଯ୍ୟକୁ ନେଇ ଆପଣଙ୍କର ପ୍ରଶଂସା ହେବ।
କୁମ୍ଭ: ସନ୍ଧ୍ୟାରେ ବନ୍ଧୁ ସହିତ ଦୀର୍ଘ ସମୟ ଧରି କଥା ହେବେ। ଆପଣ ଯାହା ଚାହୁଁଛନ୍ତି ସେସବୁ ହାସଲ କରିପାରିବେ। ଜୀବନସାଥୀଙ୍କୁ ଉପହାର ଦେବା ପାଇଁ କଥା ଦେବେ।
ମୀନ: ଅଫିସ କାମ ସମାପ୍ତ କରିବାରେ ଅଧିକ ସମୟ ଲାଗିବ। ଆମଦାନି ବୃଦ୍ଧି ହେବାର ଯୋଗ ଅଛି। ଜୀବନସାଥୀଙ୍କ ଇଚ୍ଛା ପୂରା କରିବାକୁ ଚେଷ୍ଟା କରିବେ।