ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: କୌଣସି କାମରେ ଭାଇ ଭଉଣୀଙ୍କର ସହଯୋଗ ପାଇବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ଜୀବନରେ ଖୁବ୍ ଉନ୍ନତି ହେବ।‌

 

ବୃଷ: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଦୀର୍ଘ ଦିନର ବାକିଥିବା କାମ ପୂରା ହୋଇଯିବ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ।‌

ମିଥୁନ: ଅଫିସ କାମରେ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧକୁ ନେଇ ଅତ୍ୟଧିକ ଭାବପ୍ରବଣ ହେବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ବୈବାହିକ ଜୀବନ ଖୁସିରେ ପୂର୍ଣ୍ଣ ରହିବ। ଉଚ୍ଚ ଅଧିକାରୀଙ୍କ ସହ କୌଣସି ବିଷୟରେ କଥା ହେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ସିଂହ: ନିତିଦିନିଆ କାମରେ ଆପଣଙ୍କୁ ସଫଳତା ମିଳିବ। ଲୋକମାନଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ଶତ୍ରୁଙ୍କୁ ପରାସ୍ତ କରିବେ।

କନ୍ୟା: ଆଇନ ମାମଲାରେ ବିଶେଷ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ଆପଣଙ୍କୁ ନୂଆ ବ୍ୟବସାୟର ପ୍ରସ୍ତାବ ମିଳିବ। ଆପଣଙ୍କର ସଫଳତା ସୁନିଶ୍ଚିତ ହେବ।‌

 

ତୁଳା: ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। କିଣାବିକାରେ ଆପଣଙ୍କୁ ଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ।

ବିଛା: ପରିବାର ସହ ମନୋରଂଜନ ଲାଗି ଘରେ କୌଣସି ଖେଳ ଖେଳିବାର ଯୋଜନା କରିବେ। ବେପାରୀଙ୍କୁ ଅଚାନକ ଧନଲାଭ ହେବ। ଅଫିସ କାମ ନିର୍ଦ୍ଧାରିତ ସମୟ ଭିତରେ ପୂରା ହୋଇଯିବ।

 

ଧନୁ: ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେଯାଇ ସଫଳତା ପାଇବେ। ସ୍ବାସ୍ଥ୍ୟ ଲାଭ ପାଇଁ ଯୋଗ କରନ୍ତୁ। ମାତାପିତାଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ।

 

ମକର: ଆପଣଙ୍କର କୌଣସି ଜରୁରୀ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାର ଯୋଜନା କରିପାରନ୍ତି। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ପାଇବ।

 

କୁମ୍ଭ: ଅଧିକାରୀମାନଙ୍କ ସହ ବିଶେଷ ପ୍ରସଙ୍ଗ ନେଇ କଥାବାର୍ତ୍ତା କରିବେ। ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ। ଆପଣ ଧନଲାଭର ସୁଯୋଗ ପାଇବେ।

ମୀନ: ପରିବାର ସହଯୋଗରେ ଜରୁରୀ କାମ ପୂରା ହୋଇଯିବ। କୌଣସି କଥାକୁ ନେଇ ଦୃଢ଼ନିଶ୍ଚୟ ରହିପାରିବେ ନାହିଁ। ବାହାରର ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ସମ୍ବନ୍ଧିତ ଖବର