ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଯେଉଁ କାମ ଦୀର୍ଘ ଦିନରୁ କରିବାକୁ ଭାବୁଛନ୍ତି ତାହା କୌଣସି ବ୍ୟକ୍ତିଙ୍କ ମାଧ୍ୟମରେ ପୂରା ହୋଇଯିବ। ନିବେଶରୁ ଲାଭ ହେବ। ଅନ୍ୟମାନଙ୍କ କାମରେ ମନ୍ତବ୍ୟ ଦିଅନ୍ତୁ ନାହିଁ।

 

ବୃଷ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ସମ୍ମାନିତ ଲୋକଙ୍କ ସହ ମିଶିବେ। ଛାତ୍ରଙ୍କ ସଫଳତାରେ ପରିବାର ଲୋକ ଖୁସି ହେବେ।

ମିଥୁନ: କାମ ଭଲଭାବେ ପୂରା କରିବା ଲାଗି ଦିନଟି ଶୁଭ। କଣ୍ଠଶିଳ୍ପୀଙ୍କୁ କୌଣସି ମଞ୍ଚରେ ଗାଇବାର ସୁଯୋଗ ମିଳିବ। ଛାତ୍ର ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ।

କର୍କଟ: ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ ଉପଯୋଗୀ ବସ୍ତୁ ଉପହାର ଦେବେ। ପଦୋନ୍ନତିର ସମ୍ଭାବନା ଅଛି। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।

ସିଂହ: ଆପଣଙ୍କ ମନରେ ନୂଆ ବିଚାର ଉତ୍ପନ୍ନ ହେବ। ବେପାରରେ କିଛି ନୂଆ କରିବା ଲାଗି ପ୍ରଥମେ ଯୋଜନା କରିନିଅନ୍ତୁ। ଘରକୁ କୌଣସି ବନ୍ଧୁ ଆସିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

କନ୍ୟା: ଉତ୍ତମ ପରିଣାମ ଲାଗି ନିଜ ଉପରେ ଭରସା ରଖନ୍ତୁ। ଆର୍ଥିକ ପକ୍ଷ ସୁଦୃଢ଼ ହେବ। ବ୍ୟବସାୟ ଆଲୋଚନାର ଲୋକମାନଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ।

 

ତୁଳା: ଆଗକୁ ବଢ଼ିବା ଲାଗି ନୂଆ ମାର୍ଗ ନଜର ଆସିବ। ବେପାର ପାଇଁ ପୂର୍ବରୁ କରିଆସୁଥିବା ଯୋଜନା ପୂରା ହେବ। ଜୀବନସାଥୀଙ୍କ ସହ ଖୁସିର ମୁହୂର୍ତ୍ତ କାଟିବେ।

ବିଛା: ଅନ୍‌ଲାଇନ୍‌ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ। ଚାକିରିଆଙ୍କୁ ଭଲ ଖବର ମିଳିବ।

 

ଧନୁ: ଅଫିସରେ ଆପଣଙ୍କ କାନ୍ଧକୁ ବଡ଼ ଦାୟିତ୍ବ ଆସିବ। ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ ମୁକାବିଲା କରିପାରିବେ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।

 

ମକର: ଯେଉଁ କାମ ପୂର କରିବା ପାଇଁ ଦୀର୍ଘଦିନରୁ ପ୍ରୟାସ କରିଆସୁଛନ୍ତି ତାହା ସଂପୂର୍ଣ୍ଣ ହେବ। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଧନଲାଭ ହେବ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

 

କୁମ୍ଭ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ପରିବାରରେ ସାମଞ୍ଜସ୍ୟ ବଜାୟ ରହିବ। ନବ ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ।

ମୀନ: କଥା କହିବା କୌଶଳରେ ଲୋକମାନଙ୍କୁ ପ୍ରଭାବିତ କରିବେ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଶୁଭ। ବେକାରଙ୍କ ଲାଗି ଭଲ ଚାକିରିର ସୁଯୋଗ ଅଛି।

ସମ୍ବନ୍ଧିତ ଖବର