ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଭାବିଚିନ୍ତି କାମ କରନ୍ତୁ। ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ସନ୍ତାନ ସୁଖ ମିଳିବାର ଯୋଗ ଅଛି। ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇବେ। ପ୍ରେମ ଜୀବନ ଭଲ ରହିବ। ‌

 

ବୃଷ: ନୂଆ ସୁଯୋଗ ଲାଗି ଆପଣ ନିଜକୁ ପ୍ରସ୍ତୁତ ରଖିବା ଦରକାର। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ।

ମିଥୁନ: କୌଣସି କଥାକୁ ନେଇ ବଡ଼ ଭଉଣୀଙ୍କ ପରାମର୍ଶ ନେବେ। ନିଜର ଅଭାବ ଦୂର କରିବା ପାଇଁ ଚେଷ୍ଟା କରିବେ। ପାରିବାରିକ ଜୀବନ ସୁଖକର ହେବ।‌

କର୍କଟ: କାର୍ଯ୍ୟକ୍ଷେତ୍ରରେ କିଛି ଅହ୍ବାନ ଆସିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଆପଣ କିଛି ନୂଆ ଶିଖିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ‌

ସିଂହ: କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଜୀବନସାଥୀଙ୍କ ପାଇଁ କିଛି ନିବେଶ କରିବେ। ଆପଣଙ୍କ କାମରେ ବାପାଙ୍କ ସହଯୋଗ ପାଇବେ। ‌

କନ୍ୟା: ଆପଣ ଅଧିକ ସକ୍ରିୟ ରହିବେ। ଦୀର୍ଘ ଦିନର ସ୍ଥଗିତ କାମରେ ସଫଳତା ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଠିକ୍ ରହିବ। ‌

 

ତୁଳା: ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ଲାଗି କାହାରି ପରାମର୍ଶ ନେବେ। ଡାକ୍ତରୀ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ନବବିବାହିତ ଦମ୍ପତ୍ତି ପରସ୍ପରଙ୍କୁ ମନର କଥା କହିବେ।

ବିଛା: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ସଂପର୍କ ସ୍ଥାପନ ହେବ। ବେପାରରେ ଲାଭ ପାଇବେ। ପ୍ରିୟବନ୍ଧୁ ସହ ଫୋନରେ କଥା ହେବେ। ଅନ୍ୟଙ୍କୁ ନିଜ ସପକ୍ଷରେ କରିବାରେ ସଫଳ ହେବେ।

 

ଧନୁ: ପରିବାରରେ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ପଦକ୍ଷେପ ନିଅନ୍ତୁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ। ଆପଣ ନିଜ କାର୍ଯ୍ୟ ଆଗକୁ ବଢ଼ାଇବାର ଯୋଜନା କରିବେ।

 

ମକର: ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ଆପଣଙ୍କର ଉନ୍ନତି ହେବା ଯୋଗୁଁ ପରିବାରରେ ଖୁସିର ମାହୋଲ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଭାଗୀଦାରଙ୍କ ସହଯୋଗ ପାଇବେ।

 

କୁମ୍ଭ: ଉପାର୍ଜନ ଲାଗି ନୂଆ ମଉକା ପାଇବେ। ବଡ଼ଙ୍କ ସମ୍ମତି ନେଇ ନୂଆ କାରବାର ଆରମ୍ଭ କରନ୍ତୁ। ଆପଣ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ମୀନ: ପିଲାପିଲିଙ୍କ ସହ ଆପଣଙ୍କର ଭଲ ସମୟ ବିତିବ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେବ। କଠିନରୁ କଠିନ ପରିସ୍ଥିତିର ସାମନା କରିବା ପାଇଁ ପ୍ରସ୍ତୁତ ରହିବେ।

ସମ୍ବନ୍ଧିତ ଖବର