ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଆପଣଙ୍କ ବ୍ୟକ୍ତିତ୍ବ ବିକଶିତ ହେବ। ଲୋକମାନଙ୍କ ଇଚ୍ଛା ଜାଣିବାକୁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହଯୋଗରେ କାମ ପୂରା ହେବ। ଘରକୁ ବନ୍ଧୁଙ୍କ ଆଗମନ ହେବ।

 

ବୃଷ: ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତି ହେବ। ଶିକ୍ଷଣୀୟ କାମରେ ମନ ଲାଗିବ। ବଡ଼ ଭାଇଙ୍କ ଠାରୁ ଉପହାର ପାଇବେ। ସୁସ୍ଥ ସବଳ ଅନୁଭବ କରିବେ।

ମିଥୁନ: ନିଜର କାମ ଭଲଭାବେ କରିବା ଲାଗି ପ୍ରୟାସ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କାରବାର ନେଇ କୌଣସି ନିକଟ ସଂପର୍କୀୟଙ୍କ ଠାରୁ ପରାମର୍ଶ ନିଅନ୍ତୁ।

କର୍କଟ: ଭାବିଥିବା କାମ ପୂରା ହେବ। ‌ଆଖପ‌ାଖ ଲୋକଙ୍କର ସହଯୋଗ ପାଇବେ। ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ। ବଡ଼ ଅଧିକାରୀଙ୍କ ସହ ସାକ୍ଷାତ ସଫଳତା ଦେବ।

ସିଂହ: ଅଫିସରେ ଅଧିକ କାମ କରିବା ଯୋଗୁଁ ବିଳମ୍ବରେ ଘରେ ପହଞ୍ଚିବେ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଆପଣଙ୍କୁ ରୋଜଗାରର ଅବସର ମିଳିବ।

କନ୍ୟା: ନିଜର ଦାୟିତ୍ବ ଭଲଭାବେ ତୁଲାଇବେ। ସୁସମ୍ବାଦ ପାଇବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଧନଲାଭର ଯୋଗ ରହିଛି। ଜୀବନସାଥୀ କୌଣସି କାମରେ ସାହାଯ୍ୟ କରିବେ।

 

ତୁଳା: ଅଫିସ କାମରେ ଅଧିକ କ୍ରିୟାଶୀଳ ହେବେ। ଆୟ ବୃଦ୍ଧି ହେବ। ଜୀବନସାଥୀ କୌଣସି କାମ ପାଇଁ ଆପଣଙ୍କର ପ୍ରଶଂସା କରିବେ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ।

ବିଛା: ଅଫିସରେ ଆପଣ ମତ ପ୍ରକାଶର ଅବସର ପାଇବେ। ଅନିୟମିତ ଦିନଚର୍ଯ୍ୟା କାରଣରୁ ଆଳସ୍ୟ ବଢ଼ିବ। କ୍ୟାରିୟରରେ ଆପଣ ସଫଳତା ପାଇବେ।

 

ଧନୁ: କିଛି ନୂଆ କଥା ଶିଖିବାକୁ ମିଳିବ। ଲେଖକ ଓ ସାହିତ୍ୟିକଙ୍କ ଲାଗି ଦିନଟି ଭଲ। ଆପଣଙ୍କୁ ଲୋକମାନଙ୍କ ସହଯୋଗ ମିଳିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ।

 

ମକର: ମହତ୍ତ୍ବପୂର୍ଣ୍ଣ ଖବର ପାଇବେ। ରାଜନୀତିରେ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟରେ ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ଜୀବନ ଭଲ ରହିବ।

 

କୁମ୍ଭ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସ୍ବାସ୍ଥ୍ୟ ଭଲ ରହିବ। କାମରେ ସଫଳତା ମିଳିବ। କାରବାରରେ ଆପଣଙ୍କୁ ଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମୀନ: ବିବାଦଠୁଁ ଦୂରରେ ରୁହନ୍ତୁ। କୌଣସି କଥାରେ ରାଗନ୍ତୁ ନାହିଁ। ପ୍ରଭାବଶାଳୀ ଲୋକଙ୍କ ସହ ସାକ୍ଷାତ ହେବ। ନିବେଶ ସମ୍ବନ୍ଧରେ ନୂଆ ପରାମର୍ଶ ପାଇବେ।

ସମ୍ବନ୍ଧିତ ଖବର