ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ପୂର୍ବ କଂପାନିର ଅଭିଜ୍ଞତା ଆପଣଙ୍କ କାମରେ ଆସିବ। ବିବାଦଠୁଁ ଦୂରରେ ରୁହନ୍ତୁ। ଭୂସଂପତ୍ତି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖନ୍ତୁ।

 

ବୃଷ: ଅଧିକ ଭାବପ୍ରବଣ ହେଲେ ଅଶାନ୍ତି ବଢ଼ିବ। ବ୍ୟବସାୟ ମାନ୍ଦା ଧରିବ। ଆର୍ଥିକ ପ୍ରସଙ୍ଗ ନେଇ ସତର୍କ ରୁହନ୍ତୁ। ମନର କଥା ପାଖଲୋକଙ୍କୁ କହିପାରନ୍ତି।

ମିଥୁନ: ଆପଣଙ୍କର ସବୁ କାମ ମନମୁତାବକ ପୂରା ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପହାର ଦେଇପାରନ୍ତି। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।

କର୍କଟ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ସମସ୍ୟା ପାଇଁ ଅଶାନ୍ତି ବଢ଼ିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ସିଂହ: ନୂଆ କାମରେ ରୁଚି ବଢ଼ିବ। ଆର୍ଥିକ ଅଭାବ ଅନୁଭବ କରିପାରନ୍ତି। ଘର ସଜାଇବାରେ ଧ୍ୟାନ ଦେବେ। ପ୍ରେମୀଯୁଗଳ ନିଜ ସାଥୀଙ୍କ ଭାବନାକୁ ବୁଝିବେ।

କନ୍ୟା: ସାରାଦିନ ମନରେ ପ୍ରସନ୍ନତା ରହିବ। ରାଜନୀତିରେ ବିରୋଧୀମାନଙ୍କର ଦୃଢ଼ ମୁକାବିଲା କରିବେ। ମହିଳାଙ୍କୁ ଘର ଲୋକଙ୍କ ସାହାଯ୍ୟ ମିଳିବ।

 

ତୁଳା: ଯେଉଁ କାମ କରିବେ ତାହା ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। ଆର୍ଥିକ ସମସ୍ୟାର ସମାଧାନ ବାହାରିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ।

ବିଛା: ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ।

 

ଧନୁ: ବାକିଥିବା କାମରେ ବନ୍ଧୁ ସାହାଯ୍ୟ କରିବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ଆପଣଙ୍କୁ ପୁରସ୍କାର ମିଳିବା ଯୋଗ ରହିଛି।

 

ମକର: ଆପଣ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ଅଫିସରେ ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେବେ।

 

କୁମ୍ଭ: ଅନ୍ୟମାନଙ୍କ ଆଗରେ ଆପଣଙ୍କର ଛବି ଭଲ ରହିବ। ଆର୍ଥିକ ସଫଳତା ପାଇବେ। ଅଫିସରେ କର୍ତ୍ତୃପକ୍ଷଙ୍କ ବ୍ୟବହାର ଆପଣଙ୍କ ପ୍ରତି ସକାରାତ୍ମକ ରହିବ।

ମୀନ: ନୂଆ ଲୋକଙ୍କ ସହ ସାକ୍ଷାତରେ ନୂଆ ସୁଯୋଗ ପାଇବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ। ବନ୍ଧୁ ସହିତ ସମ୍ବନ୍ଧ ଭଲ ହେବ।

ସମ୍ବନ୍ଧିତ ଖବର