ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ବନ୍ଧୁ ସହ ମିଶିବାର ସୁଯୋଗ ପାଇବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ବଡ଼ ଭାଇଙ୍କର ସାହାଯ୍ୟ ପାଇବେ।

 

ବୃଷ: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ଘର ଓ ଅଫିସ ପରିବେଶ ଆପଣଙ୍କ ଲାଗି ସନ୍ତୋଷଜନକ ରହିବ। କାମ ସଂପର୍କରେ ଗହନ ବିଚାରରେ ମଗ୍ନ ରହିବେ।

ମିଥୁନ: ନୂଆ କାମ କରିବା ପାଇଁ ଭାବି ପାରନ୍ତି। ଅଫିସରେ କାମର ବୋଝ ଅଧିକ ହେବ। ପ୍ରିୟ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

କର୍କଟ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ନିଜ କାମରେ ପିଲାମାନଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି। ନୂଆ କାମ ଆରମ୍ଭ କରନ୍ତୁ, ଭାଗ୍ୟର ସହଯୋଗ ମିଳିବ।

ସିଂହ: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଅଫିସରେ କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ଗଣମାଧ୍ୟମ କର୍ମଚାରୀ ଉନ୍ନତିର ସୁଯୋଗ ପାଇବେ।

କନ୍ୟା: ପିଲାମାନଙ୍କ ସହ ଅଧିକ ସମୟ ବିତିବ। ଦିନଚର୍ଯ୍ୟା ପରିବର୍ତ୍ତନ ଯୋଗୁଁ ସ୍ବାସ୍ଥ୍ୟରେ ସୁଧାର ହେବ। ଯୋଜନା ତିଆରି କରି ପରିଶ୍ରମ କଲେ ଫଳପ୍ରଦ ସାବ୍ୟସ୍ତ ହେବ।

 

ତୁଳା: ବିନା କାରଣରେ କାହାରି କଥାରେ ଦଖଲ ଦିଅନ୍ତୁ ନାହିଁ। ପରିବାରର କାହାରିକୁ ବଡ଼ ସଫଳତା ମିଳିବ। ପ୍ରେମୀଯୁଗଳ ଦର୍ଶନୀୟ ସ୍ଥାନକୁ ବୁଲିଯିବାର ଯୋଜନା କରିବେ।

ବିଛା: କାମରେ ଲାଗି ରହିଥିବା ବାଧା ଦୂର ହେବ। ଅଚାନକ ଧନଲାଭର ଯୋଗ ରହିଛି। ଜୀବନସାଥୀଙ୍କ ସହ ବସି କଥାହେଲେ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ।

 

ଧନୁ: ସ୍ବାସ୍ଥ୍ୟରେ ସୁଧାର ହେବାର ସମ୍ଭାବନା ଅଛି। ସାମାଜିକ କାର୍ଯ୍ୟରେ ସହଯୋଗ କଲେ ସମ୍ମାନ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ଦେବାପାଇଁ କିଛି ନୂଆ କରିବେ।

 

ମକର: ବ୍ୟବସାୟରେ ପ୍ରଗତି ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଜୀବନସାଥୀଙ୍କ ସହ କିଛି ଭଲ ସମୟ ଅତିବାହିତ କରିବେ। ସ୍ବାଦିଷ୍ଠ ଖାଦ୍ୟ ଖାଇବେ।

 

କୁମ୍ଭ: ଯେଉଁ କାମ କରିବେ ତାହା ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଆପଣଙ୍କର ସବୁ କଷ୍ଟ ଦୂର ହେବ। ଉନ୍ନତି ପାଇଁ ନୂଆ ମାର୍ଗ ପାଇବେ। ପ୍ରେମରେ ସଫଳତା ମିଳିବ।

ମୀନ: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସବୁ ଦିଗରୁ ବିଚାର କରନ୍ତୁ। ବେକାରଙ୍କ ଲାଗି ଭଲ କଂପାନିରେ ଚାକିରିର ସୁଯୋଗ ଆସିବ। ଲେଖାପଢ଼ା ନେଇ ବିଦ୍ୟାର୍ଥୀଙ୍କର ଗମ୍ଭୀରତା ବଢ଼ିବ।

ସମ୍ବନ୍ଧିତ ଖବର