ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ ଆପଣଙ୍କୁ ସାବଧାନ ରହିବାକୁ ହେବ। କଠିନ ପରିସ୍ଥିତିରେ ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ଜୀବନସାଥୀଙ୍କ ପ୍ରତି ବ୍ୟବହାର ବଦଳାନ୍ତୁ।

ବୃଷ: ଦିନଟି ଆପଣଙ୍କ ଲାଗି ବହୁତ ଭଲ। ବଡ଼ରୁ ବଡ଼ ସମସ୍ୟାର ସମାଧାନ ବାହାରିବ। ଆପଣଙ୍କ କନ୍ୟା ଲାଗି ବିବାହ ପ୍ରସ୍ତାବ ଆସିବ।

ମିଥୁନ: ଗୁରୁତ୍ବପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ। ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବେ। ଜମିରେ ନିବେଶ ପାଇଁ ଭଲ ଦିନଟିଏ।

କର୍କଟ: କଂପାନିରେ ଚାକିରି କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ବନ୍ଧୁ ମାଧ୍ୟମରେ ଅଶାନ୍ତିର ସମାଧାନ ବାହାରିବ। ବିବାହ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।

ସିଂହ: ବ୍ୟବସାୟୀ ନିଜର ଜରୁରୀ କାଗଜପତ୍ର ସମ୍ଭାଳି କରି ରଖନ୍ତୁ। ଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ। ବିବାହିତ ନିଜର ଜୀବନସାଥୀଙ୍କୁ ଅଧିକ ସମୟ ଦେବେ।

କନ୍ୟା: ସ୍କୁଲ ସାଙ୍ଗ ସହ ଆପଣଙ୍କର ଭେଟ ହେବ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ। ଜୀବନସାଥୀଙ୍କ ସହ ବ୍ୟବସାୟ ବିଷୟରେ କଥା ହୋଇପାରନ୍ତି।

ତୁଳା: ସାମାଜିକ କାର୍ଯ୍ୟ କରିବା ଲାଗି ଦିନଟି ଭଲ। କାର୍ଯ୍ୟକ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ହେବ। ଘରୋଇ କଂପାନିରେ ଚାକିରି ମିଳିପାରେ।

ବିଛା: ବ୍ୟବସାୟୀ କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବେ। ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିବେ।

ଧନୁ: ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ଭଲ ଦିନଟିଏ। ପରିବାରରେ କୌଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ହେବ। ଅଫିସରେ ନୂଆ ଦାୟିତ୍ବ ପାଇପାରନ୍ତି।

ମକର: କାମ କରିବା ସମୟରେ ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ବାନ ଆସିବ। ବିବେକ ପ୍ରୟୋଗ କରି ସବୁ କିଛି ହାସଲ କରିନେବେ। ପ୍ରସାଧନ ଦୋକାନୀଙ୍କର ଉନ୍ନତି ହେବ।

କୁମ୍ଭ: ବାଟରେ ଯିବାବେଳେ କୌଣସି ବନ୍ଧୁ ସହିତ ଦେଖା ହେବ। ପୁରୁଣା ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ।

ମୀନ: ଆପଣଙ୍କ କଥା କହିବା ଶୈଳୀ ପାଇଁ ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସମ୍ବନ୍ଧିତ ଖବର