ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଦିନଟି ଅନ୍ୟମାନଙ୍କ ସେବା ସତ୍କାରରେ ବିତିବ। ଲୋକେ ଆପଣଙ୍କ ପ୍ରତି ଯଥେଷ୍ଟ ପ୍ରଭାବିତ ହେବେ। ଅଫିସରେ ଆପଣଙ୍କ କାମର ଖୁବ୍ ପ୍ରଶଂସା ହେବ। ବଡ଼ ସଫଳତା ଆପଣଙ୍କୁ ମିଳିବ।

 

ବୃଷ: କୌଣସି ବି କାମ ତରବରରେ କରନ୍ତୁ ନାହିଁ। କାମ ପାଇଁ ଅଧିକ ଯାତାୟାତ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। କାର୍ଯ୍ୟକ୍ଷେତ୍ରରେ ଛୋଟିଆ ଭୁଲକୁ ଅଣଦେଖା କରନ୍ତୁ ନାହିଁ।

ମିଥୁନ: ବେପାରରେ ସାମାନ୍ୟ ଲାଭ ପାଇବେ। କ୍ୟାରିୟରକୁ ନେଇ ଗହନ ଚିନ୍ତନରେ ରହିବେ। କୌଣସି ବି କାମ ମନ ଲଗାଇ କଲେ ସଫଳତା ପାଇବେ। ପାରିବାରିକ ସୁଖ ବୃଦ୍ଧି ହେବ।

କର୍କଟ: ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ବକେୟା ଅର୍ଥ ପାଇବେ। ଘରକୁ ବନ୍ଧୁଙ୍କର ଆସିବା ଯିବା ଲାଗି ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ସିଂହ: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାରରେ ସମାବେଶ ହେବ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ଯାତ୍ରା ଫଳପ୍ରଦ ହେବ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

କନ୍ୟା: ବଡ଼ ଅଧିକାରୀଙ୍କ ସହ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। କ୍ୟାରିୟରରେ ଉନ୍ନତି ଯୋଗ ଅଛି। ଜମି ସମ୍ବନ୍ଧରେ ଖୁସି ଖବର ପାଇବେ। ପୂର୍ବରୁ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଭଲ ଫଳ ଦେବ।

 

ତୁଳା: ନୂଆ ବ୍ୟବସାୟରେ ସଫଳତା ପାଇବେ। ପ୍ରତ୍ୟେକ ଲୋକ ଆପଣଙ୍କ କଥାକୁ ମନଧ୍ୟାନ ଦେଇ ଶୁଣିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ବିଛା: କୌଣସି କାମରେ ଜୀବନସାଥୀର ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ପରିବାରରେ ସୁଖଦ ବାତାବରଣ ରହିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

 

ଧନୁ: ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। କାମରେ ଭାଇ ଭଉଣୀର ସହଯୋଗ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ସନ୍ତାନ ଆପଣଙ୍କ କଥାରେ ପ୍ରଭାବିତ ହେବେ।

 

ମକର: ଦିନଟି ପୂର୍ବ ଅପେକ୍ଷା ଭଲ ହେବ। ଚାକିରିରେ ପଦୋନ୍ନତି ଯୋଗ ଅଛି। ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ବିଶିଷ୍ଟ ବ୍ୟକ୍ତିଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ।

 

କୁମ୍ଭ: ଶିକ୍ଷଣୀୟ ସଂସ୍ଥାକ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ବ୍ୟବସାୟ ସମ୍ମେଳନରେ ଆପଣଙ୍କ କଥା ରଖିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ପଦୋନ୍ନତି ହେବ।

ମୀନ: କାମରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭ ଦେବ। କୌଣସି ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ଛାତ୍ରଙ୍କ ଲାଗି ଦିନଟି ଭଲ। ପ୍ରେମ ଜୀବନ ଭଲ ରହିବ।

ସମ୍ବନ୍ଧିତ ଖବର