ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାଗ୍ୟ ଆପଣଙ୍କୁ ଭଲ ସୁଯୋଗ ଦେବ। ସବୁ କାମ ମନମୁତାବକ ପୂରା ହେବ। ପ୍ରେମ ପ୍ରସଙ୍ଗରେ ନିଶ୍ଚିତ ସଫଳତା ପାଇବେ।

ବୃଷ: ଆପଣଙ୍କୁ ଟିକେ ସଂଘର୍ଷ କରିବାକୁ ପଡ଼ିପାରେ। ସମସ୍ୟାର ସମାଧାନ ପାଇଁ ହଇରାଣ ହୋଇପାରନ୍ତି। ଆପଣଙ୍କ ମନ ବହି ପଢ଼ିବାକୁ କହିବ।

ମିଥୁନ: କିଛି ଲୋକଙ୍କର ପୂରା ସମର୍ଥନ ପାଇବେ। କ୍ୟାରିୟରରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ଅଫିସରେ ଆପଣଙ୍କ କଥାକୁ ଲୋକେ ଗୁରୁତ୍ବ ଦେବେ।

କର୍କଟ: ନୂଆ କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ନିଜର ବିଚାରକୁ ଠିକ୍ ଭାବେ ପ୍ରକଟ କରିପାରିବେ। ଅଫିସରେ ଭଲ ଖବର ପାଇପାରନ୍ତି।

ସିଂହ: ବ୍ୟବସାୟୀଙ୍କ ଲାଗି ଧନଲାଭ ଯୋଗ ଅଛି। ମହିଳାମାନେ ଜିନିଷପତ୍ର କିଣିବା ଲାଗି ସହରକୁ ଯିବେ। ଶିକ୍ଷାର୍ଥୀ ଏକାଗ୍ରତାର ସହ ଅଧ୍ୟୟନ କରନ୍ତୁ।

କନ୍ୟା: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଅଫିସରେ କୌଣସି କାମ କରିବା ପୂର୍ବରୁ କର୍ତ୍ତୃପକ୍ଷଙ୍କ ସମ୍ମତି ନିଅନ୍ତୁ। ପରିବାର ଲାଗି ଦିନଟି ବହୁତ ଭଲ ରହିବ।

ତୁଳା: ଜୀବନରେ ଉନ୍ନତି ଲାଗି ଭଲ ଅବସର ପାଇବେ। ସାମାଜିକ କାର୍ଯ୍ୟରେ ସଫଳ ରହିବେ। ପ୍ରେମ ସଂପର୍କରେ ମଧୁରତା ଆସିବ। ଜରୁରୀ ସାମଗ୍ରୀ କିଣିବେ।

ବିଛା: ସୁସମ୍ବାଦ ମିଳିବାର ଯୋଗ ଅଛି। ଆର୍ଥିକ ଲାଭ ପାଇଁ ନେଇଥିବା ନିଷ୍ପତ୍ତି ଲାଭଦାୟକ ହେବ। ସନ୍ଧ୍ୟାରେ ପରିବାର ସହ ଭଲରେ ସମୟ ଅତିବାହିତ କରିବେ।

ଧନୁ: କାରବାରରେ ନୂଆ ଚୁକ୍ତି କରିବେ। ବିବାହିତଙ୍କ ଲାଗି ଭଲ ଦିନଟିଏ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।

ମକର: ଅଫିସରେ ଦିନଟି ଭଲରେ କଟିବ। ଜରୁରୀ ବିଷୟରେ ପରିବାର ଲୋକଙ୍କ ସହିତ କଥା ହେବେ। ପୁଞ୍ଜି ବଜାରରେ ନିବେଶ ପାଇଁ ଦିନଟି ଶୁଭ।

କୁମ୍ଭ: ଚାକିରିଆଙ୍କ ଲାଗି ଭଲ ଦିନଟିଏ। ସଂଶୟ ସନ୍ଧ୍ୟା ସୁଦ୍ଧା ଦୂର ହୋଇଯିବ। ଆମଦାନିରେ ବୃଦ୍ଧି ହେବ। ଦମ୍ପତି ବାହାରକୁ ବୁଲି ଯିବାର ଯୋଜନା କରିବେ।

ମୀନ: ଅସନ୍ତୁଷ୍ଟ ଥିବା ବନ୍ଧୁଙ୍କୁ ମନାଇବା ପାଇଁ ଦିନଟି ଭଲ। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ସମ୍ବନ୍ଧିତ ଖବର